pakka

ଷଡ଼ ବଂଶୀୟ ଗୋଣ୍ଡ ସମାଜର ସାଧାରଣ ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ସ୍ଥିତ ଶାବରୀମାଳା ଧର୍ମଶାଳାରେ ଷଡ଼ ବଂଶୀୟ ଗୋଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି କୁମୁରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜର ସର୍ବାଙ୍ଗୀନ ବିକାଶ କିପରି ହେବ ତା’ ଉପରେ ଆଲୋଚନା ହୋଇଥିଲା । ନିକଟ ଭବିଷ୍ୟତରେ ରାଜ୍ୟସ୍ତରୀୟ ଷଡ଼ବଂଶୀୟ ଗୋଣ୍ଡ ସମାଜର ଏକ ସଭା ଆୟୋଜନ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ସମାଜର ବରିଷ୍ଠ ସଦସ୍ୟ ଜଗଦିଶ ଧରୁଆ, ବିଘ୍ନରାଜ ଧରୁଆ, ସେବାକାର ମଲ୍ଲିକ, ବିରବର ଧରୁଆ, ଦଶରଥ ମାଝୀ, ଅର୍ଜୁନ ଧରୁଆ, ଲୁକୁ ଭୁଏ, ଚଉବନ ଧରୁଆ, ବୃନ୍ଦାବନ ଧରୁଆ, ବ୍ରଜ ଭୋଇ, ବିଶ୍ବାମିତ୍ର ଧରୁଆ, ପଦ୍ମଲୋଚନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସଂପାଦକ ନବିନ ମଲ୍ଲିକ ସଭାକାର୍ଯ୍ୟରେ ଯୋଗ ଦେଇଥିବା ସମାଜର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

jay balangir
Leave A Reply

Your email address will not be published.

6 − six =