ଚାଷୀମାନଙ୍କ ମଣ୍ଡି ବ୍ୟବସ୍ଥାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ପଂଚାୟତ ସୁବିଧା କେନ୍ଦ୍ରରେ ଚାଷୀମାନଙ୍କର ମଣ୍ଡି ବ୍ୟବସ୍ଥାକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାର ଷାଣ୍ଡିଂ କମିଟିର ସଦସ୍ୟମାନେ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗିର ଉପଜିଲ୍ଲାପାଳ ଧାରୁଆ ସାର, ଆଗଲପୁର ତହସିଲଦାର ସୁଚିତା ପୁଷ୍ପା ପ୍ରଭ୍ରୁତି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଉକ୍ତ ବୈଠକରେ ବ୍ଲକରେ ଲାଗି ରହିଥିବା ଧାନ କିଣା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ବୈଠକରେ ଆଗଲପୁର ବ୍ଲକର ବହୁଚାଷୀ ଉପସ୍ଥିତ ରହି ଚାଷୀମାନଙ୍କ ସମସ୍ୟା ଉପରେ ବିଷଦ ଆଲୋଚନା କରିଥିଲେ ।

Leave A Reply

Your email address will not be published.