csstore

ପଦ୍ମପୁର ଅଞ୍ଚଳ କଲେଜର ଆଇକ୍ୟୁଏସି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ କଲେଜର ଆଇକ୍ୟୁଏସି ବୈଠକ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ, ଭିତ୍ତିଭୂମିର ଉନ୍ନତି, ଏନ୍‌ସିସି ଶାଖାର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ, ନୁତନ ଛାତ୍ରୀ ନିବାସକୁ କାର୍ଯ୍ୟକ୍ଷମ କରିବା ତଥା ନାକର ତୃତୀୟ ପର୍ଯ୍ୟାୟ ପୁନଃମୂଲ୍ୟାୟନ ନିମେନ୍ତ ପ୍ରସ୍ତୁତି ଆଦି ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ପ୍ରାକ୍ତନ ଅଧ୍ୟକ୍ଷ କେଶ ରଞ୍ଜନ ପ୍ରଧାନ, ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଆଇକ୍ୟୁଏସି ସଦସ୍ୟ ବୃନ୍ଦ ଏଥିରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ମତାମତ ପ୍ରଦାନ କରିଥିଲେ । ସଂଯୋଜକ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ତା ବିଭିନ୍ନ ତଥ୍ୟ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.