csstore

୨୩ରେ ଶୁଲିଆ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲତାପଡା ପଞ୍ଚାୟତର ମୁଣ୍ଡପଲା ସ୍ଥିତ ଦଳତେତେଲ ଠାରେ ଶୁଲିଆ ଯାତ୍ରା କମିଟି ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ମଙ୍ଗଳବାର ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରାର ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ସୋମନାଥ ଦେହେରିଆଙ୍କ ସହ ସମସ୍ତ ଦେହେରି, ପୂଜାରୀ ଓ ମୁଣ୍ଡପଲା ଗ୍ରାମବାସୀ ତଥା ଶୁଲିଆ ପ୍ରେମୀ ଏବଂ ଧରମ ସିଂ ମାଝୀ ମାନ୍ଧାତା କମିଟି ଆଟଗାଁ ସଭାପତି କାଳିନ୍ଦ୍ରି ମାଝୀ ଓ ଚମାର ସିଂ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପରମ୍ପରା ଅନୁସାରେ ପ୍ରତିବର୍ଷ ଭଳି ପୌଷମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ତଥା ଆସନ୍ତା ୨୩ ତାରିଖ ଦିନ ସମ୍ପୂର୍ଣ୍ଣ ଆଦିବାସୀ ରୀତିନୀତିରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ଶୁଲିଆ ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେବାକୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ମଧୁବନ ଭୋଇ, ରଞ୍ଜନ ପ୍ରଧାନୀ, ଆର୍ତ୍ତ ଜୁଏଡ଼, ପୃଥ୍ୱୀରାଜ ବାଗ, ମୟ ମହାକୁର, ଗଜନାଥ ଭୁଏ, ନିରଞ୍ଜନ କୁଅଁର, ଶରତ କୁଅଁର, ଲାଲୁ ବୁଡ଼େକ, ମକାରୁ ନାଗ, ଭୋଦେବ ମେର୍ଲି, ଛାଲୁ ପଧାନ, ବୁଧୁ ଭୁଏ, ଚୈତନ୍ୟ କଳତା, କୁଞ୍ଜ ବିହାରୀ ବଗର୍ତ୍ତୀ, ଭଗବାନ ଭୁଏ, ସଂଜୀବ ପ୍ରଧାନୀ, ବିଶ୍ଵାମିତ୍ର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.