ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ଓ ଆମ ପୋଲିସ ସମିତି ବୈଠକ

ସିନାପାଲି : ସିନାପାଲି ଥାନା ପରିସରରେ ଦୁର୍ଗାପୂଜା ଶାନ୍ତି କମିଟି ଓ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ଏଏସ୍‌ଆଇ ପ୍ରଜାକର ନାୟକ ଅତିଥି ସ୍ୱାଗତ, ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ତହସିଲଦାର ଉପାଞ୍ଜଳି ମାଝୀ, ସମିତି ସଭ୍ୟ ମନିଷ ପଟେଲ, ବରିଷ୍ଠ ନାଗରିକ ନୀଳମଣି ମେହେର, ଅତିରଞ୍ଜନ ଯୋଶୀ, ଅଜିତ ଯୋଶୀ ମଞ୍ଚାସୀନ ଥିଲେ । ସଭାରେ ଆସନ୍ତା ଦୁର୍ଗାପୂଜା ସମେତ ବିଭିନ୍ନ ପୂଜା ପାର୍ବଣ ସୁରୁଖୁରୁରେ ଶାନ୍ତିଶୃଙ୍ଖଲା ସହ ସମ୍ପନ୍ନ ହେବ ସେନେଇ ବିଶେଷ ଆଲୋଚନା ହୋଇଥିଲା । ସିନାପାଲି, ଟିମନପୁର, ଗଡ୍ରାବାହାଲି, ନୀଳଜୀ, କୋଳିଆଡ଼ଙ୍ଗରୀ, ସିଙ୍ଗଝର, ଚଳନା ସହ ଅନନ୍ୟ ଗ୍ରାମରେ ପୂଜା ପାର୍ବଣ ହୋଇଥିବା ଜଣାପଡିଛି । ବୈଠକରେ ଅଞ୍ଚଳର ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ, ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.