csstore

ମାଲପଡା ନାଗରିକ କମିଟି ବଲାଙ୍ଗିରର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ବିଶେଷତଃ ପୌର ପାଳିକା ଦ୍ୱାରା ଅନେକ ଡ୍ରେନ ତିଆରି ହୋଇଥିଲେ ମଧ୍ୟ ସେଥିରେ ଢାଙ୍କୁଳି ଲଗାଯାଇନଥିବାରୁ ଫଳରେ ସେଠାରେ ଗାଈଗୋରୁ ଓ ଅନ୍ୟମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ଓ ଡ୍ରେନ ଗୁଡିକରେ ମଶା ତେଳ ପକାଯାଉନଥିବାରୁ ମଶାର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହୋଇ ପୀଡିତ ହେଉଛନ୍ତି । ବିଦ୍ୟୁତ ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଜୁଳିକାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଏଣୁ ବିଦ୍ୟୁତ ବିଭାଗ ଦ୍ୱାରା ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରିବା ପାଇଁ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ହୋଇଥିଲା । ସହରରେ ଗାଈଗୋରୁ ଏବଂ ବୁଲା କୁକୁର ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଦେଖାଯିବା ସହିତ ଲୋକମାନେ ସେମାନଙ୍କର ଆକ୍ରମଣ ଶିକାର ହୋଇ ଅତଙ୍କିତ ଅବସ୍ଥାରେ ରହୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏମାନଙ୍କୁ ଅନ୍ୟଏକ ନିରାପଦ ସ୍ଥାନରେ ରଖାଯାଉ । ପଡାର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବାକୁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା । ଏହି ସଭାରେ ସଂଘର ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ଦିବାକର ହୋତା, ଆକୁଳ ବେହେରା, ବିମଳ କୁମାର ଚକ୍ରବର୍ତ୍ତୀ, ନିମାଇଁ ଚରଣ ଦାଶ, ସୂର୍ଯ୍ୟଭାନୁ ମିଶ୍ର, ସୁଶିଲ କୁମାର ନାଏକ, ଛବିଲାଲ ବେହେରା, ପ୍ରଦୀପ କୁମାର ନେପାକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.