ପାନପୋଷ ଉପଖଣ୍ଡ ଡାକ୍ତରଖାନାର ପରିଚାଳନା ସମିତି ବୈଠକ ଆୟୋଜିତ

  • ବୈଠକରେ ବିଧାୟକ ଦୁର୍ଗାଙ୍କ ପ୍ରଶ୍ନ ଖୋଲିଲା ପାନପୋଷ ଉପଖଣ୍ଡ ଡାକ୍ତରଖାନାର ଅନେକ ଗୁମର କଥା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଅଞ୍ଚଳର ପାନପୋଷ ସ୍ଥିତ ୟୁସିଏଚସି ଦ୍ୱାରା ଆଜି ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଡାକ୍ତରଖାନା ପରିଚାଳନା ସମିତିର ଏକ ବୈଠକ ଆୟୋଜିତ ହୋଉଯାଇଛି । ସମିତିର ଅଧ୍ୟକ୍ଷ ତଥା ମହାନଗର ନିଗମର କମିଶନର ଆଶୁତୋଷ କୁଲକର୍ଣିଙ୍କ ଉପସ୍ଥିତିରେ ଆହୋଜିତ ଏହି ବୈଠକରେ ସମିତିର ସଦସ୍ୟ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାର ମହାନାଗର ନିଗମ ଅଧୀନରେ ଥିବା ସମସ୍ତ ୪୦ଟି ଯାକ ୱାର୍ଡରେ ବର୍ତ୍ତମାନ ଡାକ୍ତରଖାନାର ପ୍ରତକ୍ଷ ତତ୍ତ୍ୱାବଧାନରେ ଚାଲୁଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିୟୋଜିତ ଥିବା ଡାକ୍ତରମାନେ ନିର୍ଧାରିତ ସମୟ ମଧ୍ୟରେ ଆସୁନଥିବା ଏବଂ ଅନେକ ସମୟରେ ଡାକ୍ତରଖାନାରେ ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରହୁନଥିବା, ଅନେକ ସମୟରେ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ରୋଗୀଙ୍କ ଔଷଧ ଦେଉଥିବା ସମେତ ଅନ୍ୟାନ୍ୟ ଅବ୍ୟଵସ୍ଥାକୁ ନେଇ ବିଧାୟକ ଶ୍ରୀ ତନ୍ତୀ ଅସନ୍ତୋଷ ପ୍ରକାଶ କରିଥିଲେ । ପାନପୋଷ ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରକଗାନାରେ ଜେବେଠାରୁ ପ୍ରସ୍ତୁତି ବିଭାଗର ଲେବର ରୁମ୍‌ ବନ୍ଦ ଥିବା ନେଇ ବିଧାୟକ ଦୁର୍ଗା ତନ୍ତୀଙ୍କ ପ୍ରଶ୍ନର ଉତ୍ତରରେ ଉପସ୍ଥିତ ôଥବା ଡାକ୍ତର ଲେବର ରୁମ୍‌ ଗତ ୨୦୧୪ରୁ ବନ୍ଦ ଥିବା କଥା କହିଥିଲେ । ସେହିପରି ଡାକ୍ତରଖାନାରେ ୨୦ଟି ବେଡ଼ ଥିବା ବେଳେ ଏଠି ରୋଗୀଙ୍କୁ ଭର୍ତ୍ତି କଣ ପାଇଁ ନକରି ସମସ୍ତଙ୍କୁ ଆର୍‌ଜିଏଚ୍‌କୁ ପଠାଯାଇ ଅଯଥାରେ ଆର୍‌ଜିଏଚ୍‌ରେ ଭିଡ ବୃଦ୍ଧି କଣ ପାଇଁ କରାଯାଉଛି ବୋଲି ହୋଇଥିବା ବିଧାୟକଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ କର୍ତ୍ତୃପକ୍ଷ ଦେଇପାରି ନଥିଲେ । ଡାକ୍ତରଖାନା ପରିଚାଳନା ସମିତିର ଉପାଧ୍ୟକ୍ଷ ତଥା ଡାକ୍ତରଖାନାର ମୁଖ୍ୟ ଭାବେ ଏଡିୟୁପିଏଚ୍‌ଓ ପଦଟି ଦୀର୍ଘଦିନ ହେବ ଖାଲିଥିବାବେଳେ ଏହି ପଦରେ ଭୁବନେଶ୍ୱରରେ ମୂଳ ନିଯୁକ୍ତି ପାଇଥିବା ଜଣେ ଡାକ୍ତର ଯିଏକି ଏଠି ଡାକ୍ତରଖାନାରେ ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଭାବେ କାର୍ଯ୍ୟରତ ତଥା ଡେ଼ପୁଟେସନରେ ଆସିଛନ୍ତି ତାଙ୍କୁ କଣପାଇଁ ଏତେଦିନ ଏହି ପଦରେ ରଖାଯାସିଛି ବୋଲି ପ୍ରଶ୍ନ କରି ଏହି ପଦରେ ସ୍ଥାୟୀ ଜଣଙ୍କୁ ନିଯୁକ୍ତି ଦେବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ଅଧ୍ୟକ୍ଷଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ପରାମର୍ଶ ଫେଇଥିବା ଜଣାପଡିଛି । ଆସନ୍ତା ଦିନରେ ନିଜ ନିଜ ଦାୟୀତ୍ୱ ପ୍ରତି ସଚେତନ ରହି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଧାୟକ ଦୁର୍ଗା ତନ୍ତୀ ସମସ୍ତଙ୍କୁ ପରାମର୍ଶ ଡେଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.