ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟିର ବୈଠକ ଆଜି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମଦନ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିକାଶ ପାଇଁ ସମସ୍ତ ଅଧିକାରୀ ଏବଂ ଜନ ପ୍ରତିନିଧି ମିଳିମିଶି କାର୍ଯ୍ୟ କରିବାକୁ ଶ୍ରୀ ଦୀପ ଆହ୍ୱାନ କରିଥିଲେ । ସଭାରେ ପରିଷଦ ପକ୍ଷରୁ ବିଭିନ୍ନ ଯୋଜନାରେ ଉପରେ ଆଲୋଚନା କରାଯାଇ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏଥିରେ ଉଠା ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା, ଗ୍ରାମ୍ୟ ସଡ଼କ ଯୋଜନା, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । କେନାଲରେ ବର୍ଜ୍ୟ ବସ୍ତୁ ଭାସି କେନାଲ ଜାମ ହେବା ସମସ୍ୟାର ପ୍ରତିକାର କରିବାକୁ ଦାବୀ ହୋଇଥିଲା । ସେହିପରି ବରଗଡ଼ ଘରୋଇ ବସ୍ ଷ୍ଟାଣ୍ଡରେ ଏକ ଶୌଚାଳୟ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଉପସ୍ଥାପନ କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ପରିଷଦର ସଭ୍ୟ ଶଙ୍କର ଖାଲକୋ, ଉମେଶ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଭ୍ୟ ସୁବାସ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.