csstore

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା କମିଟି ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ମା’ ଦୁର୍ଗାଙ୍କ ପୂଜା । ଏଥିପାଇଁ ଶାନ୍ତି ଶୃଂଖଳାର ସହିତ କିପରି ପୂଜା, ରାବଣ ପୋଡ଼ି, ମେଢ଼ ବିସର୍ଜନ ହେବ ସେନେଇ ସହରର ସମସ୍ତ ପୂଜା କମିଟିର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦକୁ ପରିମଳ ବ୍ୟବସ୍ଥା, ଯେଉଁଠି ପୂଜା ମେଢ଼ କି ରାବଣ ପୋଡ଼ି ହେଉଛି କମିଟିମାନଙ୍କୁ ପୂର୍ବରୁ ବିଦ୍ୟୁତ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି । ପିଏଚ୍‌ଡି ବିଭାଗକୁ ସଠିକ୍‌ ଭାବେ ଜଳ ଯୋଗାଣ ସହ ବିଭିନ୍ନ ସ୍ଥାନରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିପରି ହୋଟେଲ ଠେଲାମାନଙ୍କରେ ଯେପରି ବାସି ଖାଦ୍ୟ ପଦାର୍ଥ ବିକ୍ରି କରିପାରିବେନି ସେ ଦିଗରେ ଫୁଡ ଇନିସପେକ୍ଟରଙ୍କୁ କହିଥିଲେ ଉପଜିଲ୍ଲାପାଳ । ସେହିପରି ବିସର୍ଜନ ସମୟରେ ବେଶୀ ସାଉଣ୍ଡରେ ଡିଜେ ନ ବଜାଇବାକୁ, ଛୋଟ ପିଲାଙ୍କୁ ନ ଆଣିବାକୁ କମିଟିମାନଙ୍କୁ କହିଥିଲେ । ସ୍ୱାସ୍ଥ୍ୟ ବିଭାଗକୁ ଏକ ଟିମ୍‌ ଗଠନ କରି ଏକ ସ୍କ୍ୱାଡ କରି ଚାରି ଦିନ ପାଇଁ କିଛି ଅଘଟଣ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ, ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ରାବଣ ପୋଡ଼ି ଆୟୋଜନ କରୁଥିବା ସ୍ଥାନ କି ଅତି ଉଚ୍ଚ ଶବ୍ଦ ବାଣ ନ ଫୁଟିବ କି ପରିବେଶ ଯେପରି ବେଶୀ ଖରାପ ନ ହେବ ସେନେଇ ଅଧିକାରୀଙ୍କୁ କହିଥିଲେ । ଅବକାରୀ ବିଭାଗ ଅଧିକାରୀଙ୍କୁ କେଉଁ କେଉଁ ଦିନ ମଦ ବିକ୍ରି ବନ୍ଦ କରିବ ସେନେଇ କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ବିପିନ ଦ୍ଵୀପ, ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ସହକାରୀ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.