ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ବୈଠକ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ହୋଟେଲ ଏକମ୍ବ୍ରରେ ରାଜ୍ୟ ସଭାପତି ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାଟିକୁ ରାଜ୍ୟ ମହାସଚିବ ହାନେସ ପାତ୍ରବାଗ ଏଜେଣ୍ଡା ଅନୁସାରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ଆଜି ପର୍ଯ୍ୟନ୍ତ କୋରନା ମହାମାରୀ ମଧ୍ୟରେ ବି ମହାସଙ୍ଘର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଆଲୋଚନା ହୋଇଥିଲା । ଏଥିରେ ଏନ୍‌ପିଏସ୍‌ କଟିବା ସହ ପ୍ରତିମାସ ଦରମା କିପରି ମିଳିବ ଓ ନିୟମିତ ହେବାରୁ ବଞ୍ଚିତ ଥିବା ଗଣଶିକ୍ଷକ କିପରି ନିୟମିତ ହେବେ । ୬ ମାସର ବକେୟା ଦରମା ମଧ୍ୟ କିପରି ବଂଚିତ ଶିକ୍ଷକ/ଶିକ୍ଷୟତ୍ରୀ ପାଇବେ ସେ ସମ୍ପର୍କରେ ଆଲୋଚନା ହେବା ସହ ମୃତ ଏକ୍ସକ୍ୟାଡ଼ର ଶିକ୍ଷକ ପରିବାରରୁ ଜଣକୁ ଚାକିରୀ ସହ ମୃତ୍ୟୁକାଳୀନ ଆର୍ଥିକ ସହାୟତା ଦେବାକୁ ସରକାରୀ ସ୍ତରରେ କିପରି ଶୀଘ୍ର କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସମସ୍ୟା ସମାଧାନ ଶୀଘ୍ର ନ ହେଲେ ଆଗାମୀ ଦିନରେ ମହାସଂଘ ଦୃଢ଼ ପଦକ୍ଷେପ ନେବ ବୋଲି ମହାସଂଘର ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ପ୍ରେସ ବିବୃତିରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପସଭାପତି ବିଶ୍ୱରଂଜନ ଦାସ, ଗଙ୍ଗା ନାରାୟଣ ପାଢ଼ୀ, ସୁଦର୍ଶନ ବରାଳ, ରାଜୀବ ଲୋଚନ ପ୍ରଧାନ, ରାଜ କିଶୋର ପ୍ରଧାନ, ଦିଲ୍ଲୀପ ପରିଡା, ଶୁଭେନ୍ଦୁ ଲେଙ୍କା, ଜିତେନ ପାଣି, ଅମୂଲ୍ୟ ନାଏକ ପ୍ରମୁଖ ରାଜ୍ୟ କାର୍ଯ୍ୟକର୍ତା ଓ ୩୦ଟି ଜିଲାର ସଭାପତି ସଂପାଦକ ଯୋଗଦେଇ ୨୨୫୧୨ ଜଣ ନିୟମିତ ନ ହେବା ପର୍ଯ୍ୟନ୍ତ ଆଗାମୀ ଦିନରେ ସାରା ଓଡ଼ିଶାରେ ଲଢେଇ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.