oom

ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବ୍ଲକ ସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟରେ ଥିବା ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟଗୁଡିକ କିପରି ଲୋକାଭିମୁଖୀ ହୋଇପାରିବା ସହ ବୁଥ ସ୍ତରରେ କିପରି ଦଳର ସଙ୍ଗଠନ ମଜବୁତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ତତ୍‌ ସହିତ ହୁମ୍ମା ମଣ୍ଡଳ କମିଟି ଗଠନ କରାଯାଇଥିଲା । ସମସ୍ତ ଭେଦ ଭାବ ଭୁଲି ଆଗାମୀ ୨୦୨୪ ନିର୍ବାଚନରେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ ପାଇଥିଲା । ବିଜେପି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାଷ ଚନ୍ଦ୍ର ସାହୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଉପସଭାପତି ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିସ୍ତାରକ ଆଲୋକ ମହାନ୍ତି, ରାଜ୍ୟ ସଂଯୋଜକ ବିଜୟ ମୁଦୁଲି, ଛତ୍ରପୁର ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲା ସଂଯୋଜକ ବସନ୍ତ କୁମାର ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ପ୍ରଭାକର ନାହାକ, ପୂର୍ବତନ ଗଞ୍ଜାମ ନଗର ସଭାପତି କାନ୍ତାରୀ ଦଳେଇ, ଗଞ୍ଜାମ ମଣ୍ଡଳ ସଭାପତି ଗୁରୁଚରଣ ରାଉଳ, ହୁମ୍ମା ମଣ୍ଡଳ ସଭାପତି ତଥା ସମିତିସଭ୍ୟ ଧ୍ରୁବ ଚରଣ ପଲାଇ, ଭିକାରୀ ପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ବଳରାମ ନାହାକ, ସୁମନ୍ତ ଦାସ, ସୌରଭ ମିଶ୍ର, ବିମ୍ବା ବେହେରା, ମାନସ ନାହାକ, ରମାକାନ୍ତ ନାହାକ, ରୋହିତ ନାହାକ, ମୃତ୍ୟୁଞ୍ଜୟ ତରାଇ ପ୍ରମୁଖ ବିଭିନ୍ନ ପଞ୍ଚାୟତର ନେତା ଉପସ୍ଥିତ ରହିଥିଲେ । ଶେଷରେ ଆଇନଜୀବୀ ଚୈତନ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.