pakka

ଦହିତା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହିତାଠାରେ ଦହିତା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୋଏ, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ଦହିତା ମଣ୍ଡଳ ସାଧାରଣ ସମ୍ପାଦକ ବାସୁଦେବ ପାଣିଗ୍ରାହୀ, ଜନକ ସାହୁ ଓ ସାତଟି ପଂଚାୟତର ପ୍ରମୁଖ, ସହପ୍ରମୁଖ, ପ୍ରଭାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଦଳ କିପରି ଭାବରେ ଭଲ ପ୍ରଦର୍ଶନ କରିବ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ ଲୋକଙ୍କ ପାଖରେ ପହଂଚି ପାରିବ ସେହି ବିଷୟରେ ମୁଖ୍ୟ ଅତିଥି କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।

jay balangir
Leave A Reply

Your email address will not be published.

1 × 2 =