pakka

ଜନସମ୍ପର୍କ ଅଭିଯାନ ପାଇଁ ବିଜେପି ସର୍ଗିବାହାଲ ମଣ୍ଡଳସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେ’ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନାଗୁଡିକୁ ଘରକୁ ଘର ପହଞ୍ଚାଇବା ପାଇଁ ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ୱରେ ଏକ ସଭା ସର୍ଗିବାହାଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭରତ ମେହେର, ସମିତି ସଭ୍ୟ ପ୍ରତିନିଧି ଆର୍ତ୍ତ ସେଠ, କେଶବ ଜାଲ, ପ୍ରେମାନନ୍ଦ ବାରିକ, ସତ୍ୟବାନ ପ୍ରଧାନ, ରାମଚନ୍ଦ୍ର ମେହେର, ଚିତ୍ତରଞ୍ଜନ ଦାସ ତଥା ସର୍ଗିବାହାଲ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.

1 × 4 =