csstore

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ସ୍ଥିତ ଜଙ୍ଗଲ ବିଭାଗ ଡାକ ବଙ୍ଗଳାଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଲୋଇସିଂହା, ଆଗଲପୁର, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ପାଟଣାଗଡ଼, ଚୁଡାପାଲି ଅଞ୍ଚଳରୁ ସାମ୍ବାଦିକମାନେ ଯୋଗ ଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଡିସେମ୍ବର ମାସ ମଧ୍ୟରେ ବଲାଙ୍ଗିର ଠାରେ ଜିଲ୍ଲା ସଂଘ ଅନୁବନ୍ଧିତ ରାଜ୍ୟର ସର୍ବବୃହତ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସଙ୍ଘର ନୂତନ ସଦସ୍ୟ ଭାବେ ଜପିନ୍ଦ୍ର ସୁନା, ଡୁଲାମଣି ପୁଟେଲ, ରୂପେନ୍ଦ୍ର ମୁଣ୍ଡା, ପ୍ରଭାତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହିତ ଉପଖଣ୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ ନାଏକ, ଅଜିତ ମିଶ୍ର, ସୁଧାକର ଦାସ, ବିଜୟାନନ୍ଦ ଦାସ, ସୁବାଷ ମିଶ୍ର, ବିରଞ୍ଚି ନାୟକ, ସୁଶୀଲ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, ହୁଲେଶ୍ୱର ହଂସ, ଦୀପକ ଖମାରୀ, ବିମଲ ଦାସ, ଗୁରୁଦୟାଲ ହଂସ, ବିରାଜନନ୍ଦ ପାଢ଼ୀ, ଶ୍ୟାମସୁନ୍ଦର ମେହେର, ଅଶୋକ ସାହୁ, ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.