csstore

ବରଗଡ଼ ପଞ୍ଚମ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୫ମ ଜିଲ୍ଲା ପରିଷଦର ୮ମ ବୈଠକ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ପରିଷଦ ବୈଠକରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଜିଲ୍ଲା ପରିଷଦ ର ସଭ୍ୟ, ସଭ୍ୟା ମାନଙ୍କ ଠାରୁ ଆସିଥିବା ପ୍ରସ୍ତାବ ଯୋଜନାର କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା । ସେହିପରି ବରଗଡ଼ ଜିଲ୍ଲା ରେ ବିଭିନ୍ନ ବିଭାଗମାନଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନାଗୁଡିକ ଉପରେ ଆଲୋଚନା ହୋଇଥିଲା । ସନ୍ତୁଳିତ ପରିବେଶ ପାଇଁ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀଙ୍କ ସହାବସ୍ଥାନ ସମ୍ବନ୍ଧୀୟ କମିଟି ଗଠନ କରାଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କରାଯାଉଥିବା ସରକାରୀ ଯୋଜନା ଯଥା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, କୃଷି, ଯୋଗାଣ ଓ ଖାଉଟି କଲ୍ୟାଣ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ ଯୋଗାଣ ଓ ଗ୍ରାମ୍ୟ ପରିମଳ, ବିଦ୍ୟୁତ, ସ୍ବାସ୍ଥ୍ୟ, ଶିକ୍ଷା, ଜଙ୍ଗଲ ଏବଂ ସାମାଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଲୋକ ସଭା ସଦସ୍ୟ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ନାଏକ, ପରିଷଦ ର ଉପ ସଭାପତି ମଦନ ଦୀପ ପ୍ରମୁଖ ଆଲୋଚନା ରେ ଅ°ଶ ଗ୍ରହଣ କରିଥିଲେ । ସଭାରେ ଜିଲ୍ଲାପାଳ ତଥା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପରିଷଦ ର ନିର୍ବାହୀ ଅଧିକାରୀ କୃତିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.