ଆଜି ବାହୁଡ଼ା ଯାତ୍ରା, ବଡ଼ ଦେଉଳକୁ ବାହୁଡ଼ିବେ ତିନି ଠାକୁର

ପୁରୀ, (ଦିଲୀପ କୁମାର ଧାଉଡ଼ିଆ) : ଜନ୍ମବେଦୀରେ ତିନି ଠାକୁରଙ୍କ ଲୀଳା ସମାପ୍ତ ହୋଇଛି । ଏବେ ବାହୁଡିବାକୁ ପ୍ରସ୍ତୁତ ହେଉଛନ୍ତି ତିନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହି ଆଜି ଭାଇ ଭଉଣୀ ସାଥୀରେ ବାହୁଡିବେ ଜଗତର ନାଥ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ତିନି ଠାକୁରଙ୍କୁ ଟାକିଛି ତିନିରଥ । ଆଜି ରଥାରେ ଚଢ଼ି ଦାରୁବିଗ୍ରହ ବଡ଼ ଦେଉଳ ଅଭିମୁଖେ ଯାତ୍ରା କରିବେ । ଆଜି ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ରବିବାର ଦିନ ଠାକୁର ସୁନାବେଶରେ ଦର୍ଶନ ଦେବେ । ବାହୁଡ଼ା ଦିନ ହିଁ ସିଂହଦ୍ୱାରରେ ତିନିରଥ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.