ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଓ ଇଛାପଡା ଗ୍ରାମ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗୁଡିଘାଟ ପଞ୍ଚାୟତରେ ବିଡିଓ ବାସନ୍ତୀ ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ବାଗ, ସରପଞ୍ଚ ରଶ୍ମିତା ବାଗ, ପିଇଓ ପ୍ରକାଶ କୁମାର ପନିକା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର, ବିଏସଏସଓ ରିଙ୍କୁ ମେହେର ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନାରେ ୫ଜଣ, ରାସନ କାର୍ଡ ୫ଜଣ, ବାର୍ଦ୍ଧକ୍ୟ ଭତ୍ତାରେ ୩୦ଜଣ ଓ କିଷାନ କ୍ରେଡିଟ କାର୍ଡ ୩ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଇଛାପଡା ପଞ୍ଚାୟତଠାରେ ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସରପଞ୍ଚ ସୁଭାଷିନୀ ବେହେରା, ସମିତି ସଭ୍ୟ ତୋଫାନ ନାଗ , ଜିପିଡିଓ ଗଙ୍ଗାଧର ଛତର, ପିଇଓ ମିଳନ ରାଜପଳିଆ , ଡବ୍ଲୁଇଓ ଭୀମରାମ ମାଝୀ, ବିଏସଏସଓ ରିଙ୍କୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉଭୟ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା,ଏଡିଇଓ, ଯୋଗାଣ ସହାୟକ, ଏମବିକେ, ସିଆରପି, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଶତାଧିକ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।
