ଲଙ୍ଗଲକଟାରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥ ସଂଯୋଜନା କରିଥିଲେ । ୮ଟି ବିଦ୍ୟାଳୟରୁ ୧୫ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଭାବେ ବେହେରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁରାରୀ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଚଳିତ ଅଗଷ୍ଟ ମାସର ଶିଶୁବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀ ପାଇଁ ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଆଦର୍ଶ ପାଠ ଟୀକା ଓ ଶିକ୍ଷକ ଗତିବିଧି ଯୋଜନା, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ କୌଶଳ, ସ୍ଥାନୀୟ ବିଦ୍ୟାଳୟର ଅଭିନବ କାର୍ଯ୍ୟ, ଶିଶୁବାଟିକା କାର୍ଯ୍ୟପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତିକା, ପ୍ରଗତି ପତ୍ର, ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଲିଙ୍ଗମାର୍ଣ୍ଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଏସଇଏସ ପ୍ରଧାନଶିକ୍ଷକ ସନାତନ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ଶିକ୍ଷକ ଜୟଶ୍ରୀରାମ ସିକନ୍ଦର, ଶାନ୍ତନୁକୁମାର ବାରିକ, ସାତ୍ଵିକ ସୁନା, ଉମାକାନ୍ତ ମେହେର, ସୋମନାଥ ମହାପାତ୍ର, ଶିକ୍ଷୟିତ୍ରୀ ମିନତୀ ପାଣିଗ୍ରାହୀ, କୁମାରୀ ମନୋରମା, ସନ୍ତୋଷିନୀ ସେଠୀ, ବନ୍ଦିତା ପଣ୍ଡା, ବବିତା ପଧାନ ସହଯୋଗ କରିଥିଲେ । ଶେଷରେ ପୂର୍ବତନ ସିଆରସିସି ଦୀନବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.