csstore

ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ହିରା ଜିଟିଡି ୱାର୍କରସ୍‌ ୟୁନିୟନଠାରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଥିବା ୟୁନିୟନ ଗୁଡିକ ହିରା ଜିଟିଡି ୱାର୍କରସ୍‌, ଗ୍ରାମ ପଂଚାୟତ ରାତ୍ରି ଜଗୁଆଳି ସଂଘ, ଉଦ୍ୟାନ ସାଥୀ ସଂଘ, ଗୋଳାବାରୁଦ ପ୍ରତିରକ୍ଷା ସଂଘ, କୋଠାବାଡି ନିର୍ମାଣ ଶ୍ରମିକ ସଂଘ, ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ଓ ପାଚୀକା ସହାୟିକା ସଂଘ, ଫରେଷ୍ଟ ଉଡ୍‌ ସଂଘ, ନିଖିଳ ଓଡିଶା ଆଶା କର୍ମୀ ସଂଘ ପ୍ରମୁଖର ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧି ଚାରି ଶ୍ରମିକ କୋଡ ବାତିଲ କରିବା, ଜାତୀୟ ଶ୍ରମ ସମ୍ମିଳନୀ ତୁରନ୍ତ ଅନୁଷ୍ଠିତ କରାଇବା, ସ୍କିମ ୱାରର୍କର ଯଥା ଆଶା, ଅଙ୍ଗନୱାଡି ଓ ସହାୟିକା, ପାଚିକା ଓ ସହାୟିକା, ଗ୍ରାମ ପଂଚାୟତ ଓ କର୍ମଚାରୀ ଓ ଉଦ୍ୟାନ ସାଥୀଙ୍କୁ ଶ୍ରମିକ ମାନ୍ୟତା, ସର୍ବନିମ୍ନ ମାସିକ ମଜୁରି ୨୬ହଜାର ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ପୁରୁଣା ପେନସନ ଲାଗୁ କରିବା, ସର୍ବନିମ୍ନ ଇପିଏଫ୍‌ ପେନସନ ମାସିକ ୯ହଜାର ପ୍ରଦାନ କରିବା ଇତ୍ୟାଦି ୧୨ ଦଫା ଦାବିରେ ଆସନ୍ତା ୯ ଜୁଲାଇ ୨୦୨୫ ସର୍ବ ଭାରତୀୟ ଧର୍ମଘଟ ସଫଳ କରିବା ଅବସରରେ ସମ୍ପୁର୍ଣ୍ଣ ବଲାଙ୍ଗିର ଜିଲ୍ଲାରେ ଧର୍ମଘଟକୁ ସଫଳ କରିବାରେ ଆହ୍ୱାନ ଦେଇ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ପି.ଦାମୋଦର ରାଓ, ଘନଶ୍ୟାମ ପଶାୟତ, କମଲ ଲୋଚନ ଭୋଇ, ବିରବର କର୍ମୀ, ମାଧବୀ କଲତା, ତୁଳସୀ ପ୍ରଧାନ, କୁମଦିନୀ ବାଗ, ହିମାଂଶୁ କଲତା, ସରିତା ସାହୁ, ପ୍ରମୋଦିନୀ ସ୍ୱାଇଁ, ଜନିତା ବିଶି, ପଦ୍ମଲୋଚନ ପଟ୍ଟନାୟକ, ପାଣ୍ଡବ ଭୋଇ, ସଂଜୁ ବାଗ, ଦମୟନ୍ତି ମହାନନ୍ଦ, ପ୍ରଭାସିନି ରାୟ, ଦିଲିପ କୁମାର ଭୋଇ, ଜଗବନ୍ଧୁ ବେହେରା, ସାଏବୁ ନନ୍ଦ, ଓମି ଗୁପ୍ତା, ମମତା କଚ୍ଛପ, ବାସନ୍ତି ସେଠ, ମିନାକ୍ଷି ଜେନା, ମମତା ଜେନା ପ୍ରମୁଖ ଦେଇ ଧର୍ମଘଟକୁ ସଫଳ ରୂପାୟନ ଦେବାକୁ ଅନୁରୋଧ କରିଥିଲେ ।

jayashree
Leave A Reply

Your email address will not be published.