csstore

ଜାମଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଭାପତି ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟ ଅତିଥି ଲୋକନାଥ ସୁନା ବି.ଇ.ଓ ପୁଇଁନ୍ତଲା, ମୁଖ୍ୟବକ୍ତା ଅଶୋକ କୁମାର ପଣ୍ଡା, ବରିଷ୍ଠ ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ଓ ଶିକ୍ଷାପ୍ରେମୀ ସତ୍ୟପ୍ରିୟ ନାଏକ ମଂଚାସୀନ ଥିଲେ । ଦୀପ ପ୍ରଜ୍ଜଳନ ଓ ସ୍ୱାଗତିକା ସଂଗୀତ ପରେ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ । କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ସାହୁ ଓ ହରେକୃଷ୍ଣ ନାଏକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଭା ମଂଚ ରଂଗାରଙ୍ଗ ହୋଇ ଉଠିଥିଲା । ଶିକ୍ଷକ ପ୍ରଭାତ ସାହୁ ମଂଚ ପରିଚାଳନା କରିଥିବା ବେଳେ ଉଦ୍‌ଘୋଷିକା ଭାବେ ଛାତ୍ରୀ ଅଚ୍ଚିତା ଡାଙ୍ଗ ଓ ଜ୍ୟୋର୍ତିମୟୀ ପ୍ରଧାନ ଦାୟିତ୍ୱ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିବ ଶଙ୍କର ପାଣିଗ୍ରାହୀ, ଅଭିଷେକ ପାଣିଗ୍ରାହୀ, ଜୟସେନ ମହାନନ୍ଦ, ଧିରେନ୍ଦ୍ର ସୁନା, ସୌରଭ ନାଏକ, ରିତା ପଧାନ, ପ୍ରିତି ମିଂଜ, ବିଶେଶ୍ୱର ଝାଙ୍କର, ମହେଶ୍ୱର ଝାଙ୍କର, ସଂଜିବ ନାଏକ, ବବୁଲୁ ଦେହୁରି, ରାଜ କିଶୋର ପଧାନ, ଦେବାଶିଷ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.