csstore

ଓଡ଼ିଶା ଓପନ୍ ସୁପର୍ ୧୦୦ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତା ଉଦ୍‌ଯାପିତ

  • ଟେକ୍ନିକାଲ ଅଫିସିଆଲ ଦାୟିତ୍ୱ ନିର୍ବାହ କଲେ ମ.ରାମପୁରର ଅଂଶୁମାନ ଏବଂ ଅଶ୍ରୃମୋଚନ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତା ଓଡ଼ିଶା ଓପନ୍ ସୁପର ୧୦୦ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିଅମଠାରେ ଉଦ୍‌ଯାପିତ ହେଇଯାଇଛି । କୋଭିଡ଼ର ଭୟାବହତା ଭିତରେ ଶୃଙ୍ଖଳିତ ଏବଂ ସଫଳତାର ସହିତ ଓଡ଼ିଶା ସରକାର ଏହି ପ୍ରତିଯୋଗୀତା ଗତ ୨୫ ତାରିଖରୁ ଆରମ୍ଭ କରି ୩୦ ତାରିଖରେ ସମାପନ କରିଛନ୍ତି । ଏହି ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ କଳାହାଣ୍ଡି ଜିଲ୍ଲା ମ.ରାମପୁରର ଦୁଇ ଯୁବପ୍ରତିଭା ଅଶ୍ରୃମୋଚନ ନାଗ ଏବଂ ଅଂଶୁମାନ ପାତ୍ର ଟେକ୍ନିକାଲ୍ ଅଫିସିଆଲ ଦାୟିତ୍ୱ ନିର୍ବାହ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଦୁଇ ଚମତ୍କାର ବ୍ୟାଡ଼ମିଣ୍ଟନ ଖେଳାଳୀ ଏହି ପ୍ରତିଯୋଗୀତାରେ ଅଫିସିଆଲ ଦାୟିତ୍ୱ ନିର୍ବାହ ପାଇଁ ତାଲିମ ନେବା ସହିତ ନିଜର ଦକ୍ଷତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତେବେ ଏହି ପ୍ରତିଯୋଗୀତା ପରିଚାଳନା ପୂର୍ବରୁ ଉଭୟେ ଡ଼ିସେମ୍ବର ୨୮ ଓ ୨୯ ତାରିଖରେ ଭବାନୀପାଟଣାରେ ଅନୁଷ୍ଠିତ ହୋଇଥିବା ଫରେଷ୍ଟ ଜୋନାଲ ମିଟ୍‌ ଓ ଜାନୁଆରୀ ୧୯ରୁ ୨୧ ତାରିଖ ଯାଏଁ କୋରାପୁଟରେ ହୋଇଥିବା ଓଡ଼ିଶା ମାଷ୍ଟର୍ସ ଷ୍ଟେଟ ଚାମ୍ପିଅନ୍‌ସିପ୍‌ରେ ସଫଳତାର ସହିତ ଖେଳ ପରିଚାଳନା କରିଥିଲେ । କେବଳ ସେତିକି ନୁହେଁ ଅଂଶୁ ଏବଂ ଅଶ୍ରୁ ଯୋଡ଼ି ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ ବିଭିନ୍ନ ସ୍ଥାନରେ ଶୀର୍ଷକ ବିଜେତା ହୋଇ ଆସୁଥିବା ବେଳେ ସଂପ୍ରତି ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନରେ ଟେକ୍ନିକାଲ ଅଫିସିଆଲ ଭାବରେ ଦାୟିତ୍ୱ ସଂପାଦନ ପାଇଁ ମ.ରାମପୁର ବ୍ୟାଡ଼ମିଣ୍ଟନ ଆସୋସିଏନ୍‌ର ସଭାପତି ରୁଦ୍ର ପ୍ରସାଦ ମହାନ୍ତି ଏବଂ ସଂପାଦକ ମନୋଜ ଦୀପ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.