ଗନ୍ଧମାର୍ଦ୍ଦନ ପାହାଡରେ ବାଦଲ ଫଟା ବର୍ଷା, ତିନିଘଣ୍ଟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହରିଶଙ୍କର ଝରଣାରେ ହଠାତ୍ ଅପ୍ରତ୍ୟାସିତ ଭାବରେ ଝରଣା ପାଣି ବୃଦ୍ଧି ପାଇଥିଲା । ପାଣି ବୃଦ୍ଧି ଯୋଗୁଁ ଝରଣାର ଶବ୍ଦ ମଧ୍ୟ ଯୋର୍‌ରେ ହୋଇଥିଲା । କିଛି ସମୟ ପାଇଁ ହରିଶଙ୍କରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତିନି ଘଣ୍ଟା ପର୍ଯ୍ୟନ୍ତ ଲଗାଣ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଜଣାପଡିଥିଲା । ଝରଣା ପାଣି ଉଛୁଳି କ୍ଷୁଦ୍ର ଜଳସେଚନ ଆଡ଼ି ଡେଇଁ ତଳକୁ ପାଣି ବୋହିଥିଲା । ତିନି ଘଣ୍ଟା ପରେ ସନ୍ଧ୍ୟାରେ ପାଣି କମିଥିବା ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.