ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ତେନ୍ତୁଳିଖୁଣ୍ଟି କୁରେବିଅର ଫିଲ୍ଡରେ ବେହେରା ଟାଇଗର କମିଟି ଦ୍ବାରା ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି କାର୍ୟ୍ୟକାରୀ ସଦସ୍ୟ ସଞ୍ଜୟ ବେହେରା ଓ ସମ୍ମାନନୀୟ ଅତିଥି ଭାବେ ଟିଟିଲାଗଡ଼ ବିକାଶ ସେନାର ସଭାପତି ଇଂ. ଅମ୍ଲାନ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ତାଙ୍କ ସହ କୈବଲ୍ୟ ବେହେରା, ହଳଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, ମାଲିଶିର ସରପଞ୍ଚ ଡୋଲାମଣି ବାଗ, ତେନ୍ତୁଳିଖୁଣ୍ଟି ସରପଞ୍ଚ କାଶୀନାଥ ଭୋଇ, ଉତ୍ସବ ବେହେରା, ରାଜେନ୍ଦ୍ର ବେହେରା, ସମାଜ ସେବୀ ଟୁନା ହିଆଲ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ । ଆଜି ଫାଇନାଲ ମ୍ୟାଚରେ ନାନାଝର ଦଳ ପ୍ରଥମ ବ୍ୟାଟିଂ କରି ୧୦ ଓଭରରେ ୯ ଟି ୱିକେଟ ବିନିମୟରେ ୮୦ ରନ ସଂଗ୍ରହ କରିଥିଲା । ଏଥିରେ ବିବିନା ଦଳ ଚମତ୍କାର ବ୍ୟାଟିଂ କରି ୭ ଓଭର ୩ ବଲ୍‌ରେ ୮୧ ରନ ସଂଗ୍ରହ କରି ଚମ୍ପିୟାନ ବିଜେତା ହୋଇଥିଲା । ବିଜେତା ଦଳକୁ ୯୯୯୯/- ଓ ଉପବିଜେତା ଦଳ କୁ ୬୬୬୬/- ଟଙ୍କା ପୁରସ୍କୃତ କରାଗଲା । ଏହି ମ୍ୟାଚ ରେ ମୁକେଶ ମ୍ୟାନ ଅଫ ଦି ସିରିଜ ଏବଂ ଲଳିତ ମ୍ୟାନ ଅଫ ଦି ମ୍ୟାଚ୍ ରେ ପୁରସ୍କୃତ ହୋଇଥିଲେ । ଅଶୋକ ସ୍କୋର ବୋର୍ଡ଼ କାର୍ୟ୍ୟ କଲା ଆଉ ଡିଲେଶ୍ଵର ଧରାବିବାରଣୀ କାର୍ୟ୍ୟ ତୁଳାଇଲେ । ବବୃ ଆମ୍ପ୍ୟାର କାର୍ୟ୍ୟ କରିଥିଲେ । ଆୟୋଜିତ କମିଟିର ସୁଜିତ କୁମାର ବେହେରାଙ୍କ ସଭାପତିତ୍ବରେ ପୃଥ୍ୱୀ, ସୌରଭ, ଝସକେତନ, ଉପେନ୍ଦ୍ର, କରୁଣା, ଶ୍ରୀଵନ୍ତ, ଲୋଚନ, ଶତ୍ରୁଘନ ଧୁବଲେ ଏବଂ ଭୁତେଶ୍ୱର ସହଯୋଗ କରିଥିଲେ । ଶେଷରେ ବିଜେତା ଦଳ ଓ ଉପ ବିଜେତା ଦଳକୁ ଅତିଥି ମାନଙ୍କ ଦ୍ୱାରା ନଗଦ ରାଶି ଦେଇ ଶୁଭେଚ୍ଛା ଜଣାଗଲା ।

Leave A Reply

Your email address will not be published.