om academy

୫ ଦିନ ହେଲା ତୁରେକେଲା ଥାନା ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ : ଚାଷୀଙ୍କ ଫସଲ ନଷ୍ଟ : ହାତୀ କରିଡର କରିବା ପାଇଁ ବୁଦ୍ଧିଜୀବୀଙ୍କ ଦାବୀ

jsm

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଂଟାବାଂଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର, ମହନିଲହ, ବାଗବେଲ, ବାହାବଲ, ମହୁଲପାଟି ପଂଚାୟତର ମହୁଲପାଟି, କନ୍ଦାଗାଡ, ମଲିକଦରୋ ଅଂଚଳରେ ୨୮ଟି ହାତୀ ନୂଆପଡା ଜିଲ୍ଲା ସୁନାବେଡା ଅଭୟରଣ୍ୟ ଅଂଚଳରୁ ପଲାଇ ଆସିଥିବା ଜଂଗଲ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି । ବଲାଙ୍ଗିର ଫରେଷ୍ଠ ଡିଭିଜିନାଲ ଅଫିସର ସମୀର କୁମାର ଶତପଥିଙ୍କ ଦେଇଥିବା ସୂଚନା ଅନୁସାରେ କ୍ଷୟକ୍ଷତି ହୋଇଥିବା ବିଷୟ କୌଣସି ବ୍ୟକ୍ତି ସୂଚନା ଦେଇ ନ ଥିବା ବେଳେ ରବିବାର ଦିନ ଗଂଜାଉଡାର ଓ ତୁରେକେଲା ରେଲଷ୍ଟେସନ ଅଂଚଳରେ ହାତୀ ରହିଥିବାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁରେକେଲା ପଂଚାୟତର ଗଂଜାଉଡାର, ବାଗବେଲ ତଥା ବାହାବଲ ଅଂଚଳରେ ଧାନ ଓ କପା ଚାଷକୁ ହାତୀମାନେ କ୍ଷୟକ୍ଷତି କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଏପରିକି ତୁରେକେଲା ୧୧ କେ.ଭି. ଫିଡର ଲାଇନ ହାତୀ ଚଳାଚଳ ଯୋଗୁଁ ଗତ ରବିବାରି ସଂଧ୍ୟାରୁ ଲାଇନ କଟାଯାଇଥିବାରୁ ତୁରେକେଲା ଥାନା ଅଂଚଳର ୨୨ଟି ଗ୍ରାମର ଲୋକେ ଦୁଇ ଦିନ ହେଲା ଅଂଧାରରେ ରହିଥିବା କହିଛନ୍ତି । ଗତ ବର୍ଷ ମଧ୍ୟ ଲରମ୍ଭା ଅଂଚଳରୁ ହାତୀ ପଲ ତୁରେକେଲା ଅଂଚଳକୁ ଆସି ଫସଲ ନଷ୍ଟ କରିଥିବା ଓ ପଖନମୁଣ୍ଡା ଗାଁର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ତୁରେକେଲା ଅଂଚଳକୁ ହାତୀ କରିଡର କରିବା ପାଇଁ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

3 × one =