ବାଧିତଜନବଂଧୁ ପ୍ରଭାକର ରଥଙ୍କ ବଂଶାବଳୀ ବିମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବ ଠାରେ ପ୍ରଭାକର ରଥ ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ପ୍ରଭାକର ରଥଙ୍କ ବଂଶାବଳୀ ଶିକ୍ଷାବିତ୍‌ ରଘୁନାଥ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିମୋଚନ ହୋଇଯାଇଛି । ଏହି ପାର୍ବଣରେ ତାଙ୍କ ବଂଶର ବର୍ଷିୟାନ ଶ୍ରୀମତୀ ଚେର ପୁଝାରୀ ମୁଖ୍ୟ ଅତିଥି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଏହି ବଂଶାବଳୀ ଜନ ମାନସର ଆଦୃତ ହୋଇ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ଦେଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କବି ରତ୍ନମୟ ତ୍ରିପାଠି ପୁସ୍ତକର ଦୃଷ୍ଟିଭଂଗୀ ଉପର ଓ ପୁସ୍ତକର ସଂକଳନ ମଦନ ମୋହନ ରଥ ଲେଖକୀୟ ଅଭିବ୍ୟକ୍ତ ପ୍ରକାଶ କରିଥିଲେ । ସଭା ପୂର୍ବରୁ ପ୍ରଭାକର ରଥଙ୍କ ଫଟୋକୃତିରେ ମାଲ୍ୟାର୍ପଣ ସଂଗକୁ ପଣ୍ଡିତ ଅଚ୍ୟୁତାନନ୍ଦ ଉଦ୍‌ଗାତା ବେଦ ପଠନ କରିଥିଲେ । ସଭା ସଂଯୋଜନା କରିଥିଲେ କବି କସ୍ତୁରୀ ରଥ । ସଭା ଆରମ୍ଭରେ ସଂଗଠକ ମଧୁ ସାହୁ ଅତିଥି ମାନଙ୍କର ପରିଚୟ ଦେଇଥିବା ବେଳେ ଶେଷରେ ଏହି ସମିତିର ଉପସଭାପତି ଅରୁଣ ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ହୃଷିକେଶ ପୁରୋହିତ, ପ୍ରଦୀପ ପଶାୟତ, ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ଦେବକୀ ପୂଜାହାରୀ, ଶିବାନୀ ମିଶ୍ର, ଅନନ୍ତ ମୋହନ ରଥ, ଜଗ ମୋହନ ରଥ ଓ ଲକ୍ଷ୍ମୀପ୍ରୀୟା ରଥ କାର୍ଯ୍ୟକ୍ରମ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଥିଲା ।

Leave A Reply

Your email address will not be published.