csstore

ଛତ୍ରପୁର ମାର୍କେଟ ରୋଡ୍‌ରେ ପୂଜା କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ମଣ୍ଡପର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ମାର୍କେଟ ରୋଡ୍‌ରେ ଆୟୋଜିତ ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି । ପବିତ୍ର ଦୀପାବଳି ପର୍ବର ଆଦ୍ୟ ଦିବସ ସନ୍ଧ୍ୟାରେ ମା’ଙ୍କ ପୂଜା ଆବାହନ କରାଯାଇ ଯଥା ରୀତିରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଆସୁଛି । ବଙ୍ଗୀୟ ଢାଞ୍ଚାରେ ନିର୍ମିତ ସୁନ୍ଦର ତୋରଣ ଖୁବ୍ ଉଚ୍ଚକୋଟୀ ରହିଛି । ପୂଜା ମଣ୍ଡପରେ ଚିତ୍ର ଓ କାରୁକଳାରେ ଭରପୁର ଏବଂ ସୁନ୍ଦର ଆଲୋକ ସଜ୍ଜାରେ ଛତ୍ରପୁର ସହରବସୀଙ୍କୁ ବିମୋହିତ କରିଛି । ଛତ୍ରପୁର ମାର୍କେଟ ରୋଡ୍‌ ପୂଜାକମିଟି ପକ୍ଷରୁ ଆୟୋଜିତ ପୂଜା ଉତ୍ସବରେ ପଣ୍ଡିତ ସରୋଜ କୁମାର ଶତପଥୀ, ମୋତିଲାଲ ଦାଶ, ଶଙ୍କର୍ଷଣ ନନ୍ଦ, ସୁଦ୍ଧାସିନ୍ଧୁ ଦାଶ, ରାହୁଲ ଦାଶ, ରୋଶନ ଦାଶ, ଦୀପକ୍ ତ୍ରିପାଠୀଙ୍କ ଦ୍ଵାରା କର୍ତ୍ତା ଇପିଲି ରାଜ କୁମାର, କର୍ତ୍ତା ଦେବବ୍ରତ ପଣ୍ଡା ଏବଂ କମିଟି ବୃନ୍ଦ ଶୁଭମ, ଶେଖର, ଗୋପୀ, ବିଜୁ, ଗିରୀଶ, ରୋହନ, କଲ୍ୟାଣ, ସାଧନ ଦୀପକ, ବାଲାଜୀ, କାଳିଆ, ଲିପୁନ, ଚଟ, ଦୁର୍ଗା, ଦଣ୍ଡ ପ୍ରମୁଖ ମାନଙ୍କ ଦ୍ଵାରା ପାଳନ କରାଯାଇଥିଲା ଚଳିତ ମଙ୍ଗଳବାର ଦିନ ସର୍ବସାଧାରଣରେ ଭକ୍ତଜନଙ୍କ ଉଦ୍ଦେଶ୍ୟରେ ମା’ଙ୍କ ଅନ୍ନପ୍ରସାଦ ବିତରଣ ବ୍ୟବସ୍ଥା କରାଯାଉଥିବା ବେଳେ ବୁଧୁବାର ଦିନ ଭସାଣୀ କାର୍ଯ୍ୟକ୍ରମ ଯାକଯମକରେ ସମାହିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.