csstore

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀରେ ସାମିଲ ହେବା ପାଇଁ ଆହ୍ୱାନ କଲା ଦଳିତ ମହାସଂଘ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବିଭିନ୍ନ ସମୟରେ ଜାତି ଓ ଧର୍ମକୁ ଆଳ କରି ସମ୍ବିଧାନର ବଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ସମ୍ବିଧାନ ଦେଶର ଶେଷ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ତିଆରି ହୋଇଛି । କିନ୍ତୁ ବିଭିନ୍ନ ଦଳ ତାଙ୍କ ରାଜନୈତିକ ଆକାଂକ୍ଷାକୁ ପୁରା କରିବା ପାଇଁ ବାରମ୍ବାର ଜନସାଧାରଣଙ୍କ ମଧ୍ୟରେ ଭ୍ରମ ଓ ଦ୍ୱନ୍ଦ ସୃଷ୍ଟି କରି ଦେଶର ଅଖଣ୍ଡତାକୁ ଜଳାଞ୍ଜଳି ଦେବା ସହ ଜନ ମାନସରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଏଭଳି ବିପରୀତ ପରିସ୍ଥିତିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆସନ୍ତୁ ଆମେ ଏକ ହୋଇ ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ସହ ଦେଶ ତଥା ଜନ ମାନସରେ ସମ୍ବିଧାନକୁ ଆହୁରି ବଳିଆନ କରିବା ବୋଲି ଜିଲ୍ଲା ଦଳିତ ସମାଜ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି ।

jayashree
Leave A Reply

Your email address will not be published.