csstore

କୋଣାର୍କରେ ‘ଓଡ଼ିଶା ମିଡିଆ ଆୱାର୍ଡ’ ସମାରୋହ

କୋଣାର୍କ : କୋଣାର୍କ ଯାତ୍ରୀ ନିବାସ ପରିସରରେ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ ଆରମ୍ଭ ହୋଇଯାଇଛି । ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଗାନ୍ଧୀବାଦି ସମାଜ ସେବୀ ଏସଏ ସଫିକଙ୍କ ଅଧ୍ୟକ୍ଷତାରେ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ମିଡିଆ ପରାମର୍ଶଦାତା ଶାରଦା ଲାହାଙ୍ଗିର, ଆକ୍ସନ ଏଡ ଆଂଚଳିକ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଓଡିଶା ମିଡିଆ ସମିଟ୍‌ରେ ୟୁନେସ୍କୋ, ୟୁନିସେଫ୍‌, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.