oom

ରୋଟାରୀ ଏଲିଟ୍‌ ପକ୍ଷରୁ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୋଟାରୀ କ୍ଳବ୍ ଅଫ୍ ଏଲିଟ୍ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପତିତପାବନ ଏକାଡେମୀଠାରେ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଥିଲା । କ୍ଳବ୍ ସଭାପତି ରୋଟାରୀଆନ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବି୍‌ତ ପ୍ରଫେସର ମଧୁସୂଦନ ପତି ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରାଥମିକ ସ୍ତରରୁ ଶିକ୍ଷା ବ୍ୟବସ୍ଥାର ମାନ ସର୍ବୋତ୍ତମ ହେବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ସମାଜରେ ସମ୍ବେଦନଶୀଳ ଶିକ୍ଷାକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ତଥା ସମ୍ବଲପୁର ଆଇଆଇଏମ୍‌ର ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ କହିଲେ ସାଧାରଣ ଶିକ୍ଷା ସହିତ କୌଶଳ ଶିକ୍ଷା ଆଜି ଅତ୍ୟନ୍ତ ଆବଶ୍ୟକ । ସରକାର ଶିକ୍ଷାବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ ହେଲେ ଏହା ପାଇଁ ଆର୍ଥିକ ବ୍ୟବସ୍ଥା ବଢ଼ାଇବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ରୋଟାରୀ ଏଲିଟ୍‌ର ବରିଷ୍ଠ ସଭ୍ୟ ରୋଟାରିଆନ୍ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଂଯୋଜନା କରିଥିଲେ । ଏହି ଅବସରରେ ଲାଲଟିକ୍ରା ସରକାରୀ ୟୁପି ସ୍କୁଲର ଶିକ୍ଷକ ବସନ୍ତ ଷଡଙ୍ଗୀ, ଖର୍ଲିକାନୀ ସରକାରୀ ୟୁପି ସ୍କୁଲର ଶିକ୍ଷୟିତ୍ରୀ ସଞ୍ଜୁକ୍ତା ପାଣିଗ୍ରାହୀ, ସଦାଇପାଲି ସରକାରୀ ୟୁପି ସ୍କୁଲର ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର ଏବଂ ରଣ୍ଡା ସରକାରୀ ହାଇସ୍କୁଲର ଶିକ୍ଷୟିତ୍ରୀ ଦୁର୍ଗା ନାୟାରଙ୍କୁ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଥିଲା । ଶେଷରେ କ୍ଳବ୍ ସମ୍ପାଦିକା ଦୀପିକା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.