ବାଳକର କାନ ନାହିଁ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ପରମାନପୁର ଗ୍ରାମ ତୁରୀପଡାରେ ଗାନ୍ଧୀ ଭୁଏଙ୍କ ୭ ବର୍ଷର ପୁଓ କାହ୍ନାଙ୍କ ଜନ୍ମରୁ ଡାହାଣ କାନ ନଥିବାରୁ ଭଲ ଭାବେ ଶୁଣି ପାରୁ ନାହାନ୍ତି । ସୂଚନା ଅନୁସାରେ ମୁହଁର ବାମ ପାର୍ଶ୍ୱ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଁ ପାଉଛି । ଆଖିରୁ ନିୟମିତ ପାଣି ବାହାରୁଛି । ଏହାର ଚିକିତ୍ସା କରା ନଗଲେ ଆଗକୁ ଆହୁରି ଆସୁବିଧା ହେବ ବୋଲି ଭୁବନେଶ୍ୱର ଏମ୍ଏସ୍‌ର ଡାକ୍ଟର କହିଛନ୍ତି । ଅସ୍ତ୍ରୋପଚାର ପାଇଁ ବୁର୍ଲା ପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ଲାଗିବ ବୋଲି ଡାକ୍ତର କହିଛନ୍ତି । ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବା ଗାନ୍ଧୀଙ୍କ ପକ୍ଷେ ଏତେଗୁଡାଏ ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇ ପଡିଛି ଗାନ୍ଧୀଙ୍କ କହିବା ଅନୁସାରେ, ପୁଅ କାହ୍ନାର ଜନ୍ମରୁ ଗୋଟିଏ କାନ ନ‌ ଥିଲା । ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁସନ୍ଧାନ ପରେ ଉଚ୍ଚତର ଚିକିତ୍ସା ପାଇଁ ଭୀମସାରକୁ ପଠାଇଥିଲେ । ବୁଲ୍ଲାରେ ଏହାର ଚିକିତ୍ସା ସୁବିଧା ନ ଥିବାରୁ ଭୁବନେଶ୍ୱର ଏମ୍‌ସକୁ ଯିବା ପାଇଁ ପରାମର୍ଶ କରିଥିଲେ । ଗତ ବର୍ଷ ୨୦୧୯ ସେପ୍ଟେମ୍ବର ମାସ ୨୮ ତାରିଖ ଏମ୍‌ସରେ ଦେଖାଇଥିଲେ । ଅସ୍ତ୍ରୋପଚାର ଖର୍ଚ୍ଚ ବାବଦକୁ ୪ ଲକ୍ଷ ୮୦ ହଜାର ଟଙ୍କା ଲାଗିବ ବୋଲି ଅଟକଳ କରିଛନ୍ତି । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ କାହ୍ନାକୁ ସାମିଲ କରାଯାଇଛି । କିନ୍ତୁ ଆର୍ଥିକ ସହାୟତା ପାଇଁ ବରଗଡ଼ ଧାଇଁ ଧାଇଁ ଦୁଇ ବର୍ଷ ହୋଇ ଯାଇଥିଲେ ମଧ୍ୟ ଗାନ୍ଧୀଙ୍କୁ ନିରାଶ ହେବାକୁ ପଡ଼ିଛି । ତୁରନ୍ତ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସମାଜ ସେବୀ ଆଶିଷ ଜ୍ୟୋତିଷ ଟୁଇଟ କରି ସରକାରଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.