pakka

ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

bbehera

ମାଲକାନଗିରି : ମାଲକାନଗିରି ଥାନା ସାମ୍ନାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳା ଜଣକ ଗଙ୍ଗଳା ଗାଁର ସୁକାନ୍ତି ମାଝୀ ବୋଲି ଜଣାପଡିଛି । ତେବେ ସୁକାନ୍ତି ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ପୁଲିସ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ସୁକାନ୍ତି କହିବା ଅନୁସାର ଗତ ୯ ତାରିଖରେ ଜାଗା ବାଡ଼ିକୁ କେନ୍ଦ୍ର କରି ୧୦ରୁ ୧୨ ଗ୍ରାମବାସୀ ସୁକାନ୍ତି ଓ ତାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସୁକାନ୍ତି ମାଲକାନାଗିରି ସଦର ଥାନାରେ ଅଭିଯୋଗ କରିଥିଲେ । ତେବେ ପୁଲିସ ପକ୍ଷରୁ ଏପର୍ୟ୍ୟନ୍ତ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ସୁକାନ୍ତି କହିବା ସହ ନ୍ୟୟ ପାଇବା ଦାବୀରେ ସେ ଥାନା ସମ୍ମୁଖରେ ପହଞ୍ଚି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.

twelve + twelve =