ଶୈବପୀଠରେ ଅଧିଆ ପଡିଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ସାତୁଳି ଗ୍ରାମ ନିକଟସ୍ଥ ମକରେଶ୍ଵର ମନ୍ଦିରରେ ଅଧିଆ ପଡିଥିବା ବ୍ୟକ୍ତି ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଲକ୍ଷ କରାଯାଇଛି । ଆଜି ବଢ଼ି ଭୋର ସମୟରେ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ପାଇଁ ଶୈବପୀଠ ଅଭିମୁଖେ ଯାଉଥିବା ବେଳେ ଏକ ଗଛରେ ବେକରେ ରଶି ଲାଗି ଜଣେ ବ୍ୟକ୍ତିଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ରମ୍ଭା ଥାନଙ୍କୁ ଖବର ଦିଆଯାଇଥିଲା । ତଦନ୍ତ ପରେ ସେ ଗୋପାଳପୁର ଥାନା ଅନ୍ତର୍ଗତ ଖଜୁରିଆ ପଲ୍ଲୀ ଗ୍ରାମର ରାଜେନ୍ଦ୍ର ପ୍ରଧାନଙ୍କ ପୁଅ ଯୋଗେନ୍ଦ୍ର ପ୍ରଧାନ ୫୫ ବୋଲି ଜଣା ପଡିଥିଲା । ବ୍ୟକ୍ତି ଜଣଙ୍କ ପ୍ରାୟ ୨୬ ଦିନ ହେଲା ଉକ୍ତ ଶୈବପୀଠରେ ଅଧିଆ ପଡିଥିବା ଅଞ୍ଚଳବାସୀ ପ୍ରକାଶ କରିଥିଲେ । ରମ୍ଭା ଥାନା ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା ।

Leave A Reply

Your email address will not be published.

4 × one =