ବୌଦ୍ଧରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଥାନା ଖୁଣ୍ଟବନ୍ଧ ଗ୍ରାମର ବ୍ରହ୍ମଚାରୀ ଗାଁର ଜଣେ ଯୁବକ ବିରେନ୍ଦ୍ର ଭୋକ୍ତା(୨୩) ସେ ବରଗଡ଼ ଅଞ୍ଚଳରେ ରହି ଡ୍ରାଇଭର କାମ କରୁଥିଲେ ହେଲେ କେତେ ଦିନ ହେଲା ସେ ଗାଁକୁ ଆସିଥିଲେ । ଗାଁ ପାଖ ଦେଇ ଯାଇଥିବା ସାଲୁଙ୍କି ନଦୀ କୂଳରେ ଏକ ଜାମୁଗଛର ଡାଳରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ଲୋକେ ସକାଳୁ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଖବର ପାଇ ବୌଦ୍ଧ ଆଦର୍ଶ ଥାନାର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ହେଲେ ଆତ୍ମହତ୍ୟାର କୌଣସି କାରଣ ଜଣାପଡି ନାହିଁ । ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଯାଇଛି ।

Leave A Reply

Your email address will not be published.