csstore

ରାଉରକେଲା ପାନପୋଷ ରୋଡର ମା’ ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡରେ ଥିବା ମା’ ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ପାଳନ ଅବସରରେ, ମନ୍ଦିର ପରିସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ ମନ୍ଦିର କମିଟି ପକ୍ଷରୁ ମାଆ ତାରିଣୀଙ୍କ ମନ୍ଦିରକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯିବା ସହିତ ମା’ଙ୍କୁ ଫୁଲରେ ସଜ୍ଜିତ କରାଯାଇଥିଲା ଏବଂ ମନ୍ଦିର ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଫେବୃଆରୀ ୧ ତାରିଖ ଅଗିରା ପୂର୍ଣ୍ଣିମା ରବିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞର ଆୟୋଜନ କରାଯାଇଥିଲା । ରାଉରକେଲାର ବଣାଇଁ ଓ ସାରନଗରୀରୁ କୀର୍ତ୍ତନ ଦଳଗୁଡ଼ିକ ଅଷ୍ଟ ପ୍ରହରୀ ନାମଯଜ୍ଞ କରିଥିଲେ । ଫଳରେ ସକାଳରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ମନ୍ଦିର ପରିସରରେ ମା’ଙ୍କ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅପରାହ୍ନ ଏବଂ ସନ୍ଧ୍ୟାରେ ମନ୍ଦିର କମିଟି ଦ୍ୱାରା ଏକ ବିଶାଳ ଅନ୍ନପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ହଜାର ହଜାର ଭକ୍ତ ଅନ୍ନପ୍ରସାଦ ସେବନ କରିଥିଲେ । ଏହି ଅବସରରେ ତାରିଣୀ ମନ୍ଦିର କମିଟିର ମୁଖ୍ୟ ଟ୍ରଷ୍ଟି ନିର୍ମଳ ଚନ୍ଦ୍ର ରାଉତରାୟଙ୍କ ସମେତ ପ୍ରଭାତ ମିଶ୍ର, ଦେବବ୍ରତ ବିହାରୀ, ରିଷିନାଥ ବିଶ୍ୱାଳ, କାଶୀନାଥ ସାହୁ, ବିଜୟ ସାମଲ, ବୁଦ୍ଧିରାମ ମହାନ୍ତି, ଦିବ୍ୟସିଂହ ସାମଲ, ଅଖିଳ ଦାସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପୋଲିସ୍ କର୍ମଚାରୀଙ୍କ ଦ୍ୱାରା ପରିସ୍ଥିତିରେ ଉନ୍ନତି ଆସିଥିଲା ​​ଏବଂ ସୋମବାର ଦିନ ନଗରକୀର୍ତ୍ତନ ଏବଂ ଯମୁନା ସ୍ନାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

jayashree
Leave A Reply

Your email address will not be published.