jsm

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ

csstore

ନୂଆଦିଲ୍ଲୀ, (ପିଆଇବି) : ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆସନ୍ତାକାଲି, ୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର (ଏଲଓଏ) ପ୍ରଦାନ କରିବେ । ଏହି ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛ ଧରା ମିଶନ ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିବେ। ଆସନ୍ତାକାଲି ଅପରାହ୍ନରେ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ନାଇଜର)ର ପଞ୍ଚଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

yuvodaya
Leave A Reply

Your email address will not be published.