csstore

ଦେଖ ଦେଖ ଛେକ ଛେକରେ ଚାଲିଛି ଡାକ୍ତରଖାନା : ଡାକ୍ତର ଏବଂ ନର୍ସ ପଦବୀ ପୂରଣ ହେବ କେବେ, ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଦେଖ ଦେଖ ଛେକ ଛେକରେ ଚାଲିଛି । ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ଏହି ସି.ଏଚ୍‌.ସିରେ ଡାକ୍ତର ଯଥା-ଭେଷଜ ବିଭାଗୀୟ ଡାକ୍ତର, ଶିଶୁରୋଗ ବିଶେଷଜ୍ଞ, ଦନ୍ତରୋଗ ବିଶେଷଜ୍ଞ, ଏମ୍‌ବିବିଏସ୍‌ ସ୍ଥାନରେ ଅଦ୍ୟାବଧି ଡାକ୍ତର ପଦବୀରେ ପୂର୍ଣ୍ଣଛେଦ ପଡିବା ଫଳରେ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏଠାକାର ଦାୟିତ୍ୱରେ ଥିବା ଲାଉମୁଣ୍ଡା ପିଏଚ୍‌ସି ଡାକ୍ତର ସୁଶାନ୍ତ ମେହେର ଏଠାକାର କାର୍ଯ୍ୟଭାର ସମ୍ଭାଳିବା ସହ ଲାଉମୁଣ୍ଡା ଡାକ୍ତରଖାନା ସମ୍ଭାଳିବା ଏକ ପ୍ରକାର କଷ୍ଟକର ବ୍ୟାପାର । ନୂତନ ଭାବେ ନିଯୁକ୍ତି ପ୍ରାପ୍ତ ଡାକ୍ତରମାନଙ୍କୁ ବିଜେପୁର ଡାକ୍ତରଖାନାକୁ ବାଦଦେଇ ଅନ୍ୟତ୍ର ନିଯୁକ୍ତି ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର ସାପେକ୍ଷ ବୋଲି ଆଲୋଚନା ହେଉଛି । ରୋଗୀ ଡାକ୍ତର ନଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି । ଓଡ଼ିଶାର ଡେପୁଟେସନ ଡାକ୍ତରଖାନା ବିଜେପୁର କହିଲେ ବି ଚଳିବ । ଏ ଅଞ୍ଚଳରେ ନିର୍ବାଚନ ସମୟରେ କିଛିଦିନ ପାଇଁ କେତେକ ଉଧାରୀ ଡାକ୍ତର ଅଣାଯାଇ ଲୋକଙ୍କୁ ସରକାର ଭୁଆଁ ବୁଲାଇ ନିର୍ବାଚନ ବୈତରଣୀ ପାର ପରେ ପୁଣି ଅଚଳାବସ୍ଥା ଲାଗିରହୁଥିବା ବେଳେ ଅତିଶୀଘ୍ର ଡାକ୍ତର ଶୂନ୍ୟସ୍ଥାନ ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.