csstore

ରାତି ତମାମ ଶବ ସହ : ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ଗୋପୀ ବେନୁଆ (୮୦) ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକା ରହୁଥୁଲେ । କେହି କିଛି ଖାଇବାକୁ ଦେଲେ ସେ ଖାଉଥୁଲେ ନହେଲେ ଭୋକ ଉପାସରେ ମଧ୍ୟ ଦିନ କାଟୁଥୁଲେ । ତେବେ ଗତକାଲି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ଜାତିପ୍ରଥା ଯୋଗୁଁ କେହି ପାଖକୁ ମଧ୍ୟ ଆସିଲେ ନାହିଁ । ଅତି ଦୟନୀୟ ଅବସ୍ଥାରେ ତାଙ୍କ ଘରେ ପଡିରହିଥିଲେ । ପରେ ରାତିରେ ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଦଶ ଜଣିଆ ଟିମ ଚନ୍ଦନଭାଟିରେ ପହଂଚିଥିଲେ । ତାଙ୍କ ଘରେ ଏକ ଖଟିଆ ନଥିବାରୁ ନିଜେ ସଦସ୍ୟ ମାନେ ଏକ ଖଟିଆ ବନାଇ ଶବକୁ ଉଦ୍ଧାର କରିଥିଲେ । ପରେ ଶବକୁ କାନ୍ଧେଇ ସ୍ଥାନୀୟ ନଦୀକୁ ନେଇ ସସମ୍ମାନେ ସତ୍କାର କରିଥିଲେ । ଏହି ମହତ କାର୍ୟ୍ୟରେ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକ ପଟେଲ, ବ୍ରଜଗୋପାଳ ସିଂ, ବାପିନା ମହାରଣା, ଦେବାଶିଷ ପାଣ୍ଡିଆ, ଶକ୍ତି ଅମାତ, ପିଙ୍କୁ ବରାଳ, ବିଙ୍ଗ ହ୍ୟୁମାନ ଚନ୍ଦନଭାଟିର ସଂଯୋଜକ ବୀରେନ୍ଦ୍ର ସାହୁ, ରିଙ୍କୁ ମେହେର ସହ ବହୁ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.