jayashree

ନାବାଳକଙ୍କୁ ଅସଦାଚରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନାବାଳକଙ୍କୁ ଅସଦାଚରଣ ଅଭିଯୋଗରେ ପୁଇଁତଲା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି । ବ୍ୟକ୍ତି ଜଣକ ହେଲେ ପାର୍ଥ ମୁଗ୍ରୀ (୪୦) । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁଗ୍ରୀଙ୍କ ବିିରୁଦ୍ଧରେ ଏହି ଥାନା ଅଞ୍ଚଳର ଜଣେ ନାବାଳକଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ପରିବାର ଲୋକେ ଘଟଣା ସଂପର୍କରେ ଜାଣିବା ପରେ ଅଭିଯୁକ୍ତଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ । କିଛିଦିନ ହେବ ବିଭିନ୍ନ ବାହାନାରେ ବ୍ୟକ୍ତି ଜଣକ ପଡୋଶୀ ଘରର ଜଣେ ନାବାଳକଙ୍କୁ ତାଙ୍କ ଘରକୁ ଡାକି ଅସଦାଚରଣ କରିଥିଲେ । ଏନେଇ ପରିବାର ଲୋକଙ୍କୁ କିଛି କହିଲେ ଅସୁବିଧା ହେବ ବୋଲି ନାବାଳକଙ୍କୁ ଧମକ ମଧ୍ୟ ଦେଇଥିଲେ । ତେବେ ନାବାଳକ ଜଣକ ଶୁକ୍ରବାର ପରିବାର ଲୋକଙ୍କୁ ସବୁ କଥା କହିବା ପରେ ପରିବାର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.