ଦୁଇ ଭାଇଭଉଣୀ ଜନ୍ମରୁ ଦିବ୍ୟାଙ୍ଗ : ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା, (କେପିଏନ୍‌ଏସ୍‌) : ଜନ୍ମରୁ ଦିବ୍ୟାଙ୍ଗ ଦୁଇ ଭାଇଭଉଣୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛିି ବାଧକ । ନୂଆଡପଡା ଜିଲ୍ଲାର ଖଡିଆଳ ବ୍ଳକ ଅର୍ନ୍ତଗତ ଭୁଲିଆ ସିକୁଆଁ ଗ୍ରାମର ଭାଗ ପଟେଲ ଓ କିୟା ପଟେଲଙ୍କ ପୁଅ ଲକ୍ଷେ ପଟେଲକୁ ବୟସ ମାତ୍ର ୭ ବର୍ଷ ହେଉଥିବା ବେଳେ ଝିଅ ଥୟାମଣି ପଟେଲକୁ ମତ୍ର ସାଢେ ୫ ବର୍ଷ ହେଉଛି । ଜନ୍ମରୁ ଏହି ଦୁଇ ଭାଇଭଉଣୀଙ୍କ ମେରୁଦଣ୍ଡ କାମ କରୁ ନଥିବା ବେଳେ ତାଙ୍କ ବାପା ଓ ମା’ ଜନ୍ମରୁ ହିଁ ଏମାନଙ୍କୁ ନୂଆପଡା ଜିଲ୍ଲାର ଛୋଟ ବଡ ଚିକିତ୍ସାଳୟ ସହ ମୁଖ୍ୟ ଚିକିତ୍ସାଳୟ, ପରେ ପରେ କଟକ ଏବଂ ଉଲଟପୁର ଚିକିତ୍ସାଳୟକୁ ବି ନେଇଥିଲେ । କଟକରେ ସିଟି ସ୍କାନ୍‌ ମଧ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ନୁଇ ଭାଇ ଭଉଣୀ ଏକା ସଙ୍ଗେ ଖଟରେ ପଡି ରହିଛନ୍ତି, ଯାହା କି ବାପା ଓ ମା’ଙ୍କ ଚିନ୍ତାର କାରଣ ପାଲଟିଛି । ପାଖରେ ପଇସା ନଥିବା ଯୋଗୁଁ କଉଣସି ବଡ ହସ୍‌ପିଟାଲକୁ ଏହି ଦୁଇ ଭାଇଭଉଣୀଙ୍କୁ ଉଚ୍ଚ ଚିକିତ୍ସା ପାଇଁ ନେଇ ପାରୁ ନାହାନ୍ତି । ତେବେ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଆନ୍ତା, ତାହେଲେ ଦୁଇ ପିଲାଙ୍କ ଅବସ୍ଥା ସୁଧୁରି ପାରନ୍ତା ବୋଲି ବାପା ମା’ ଗୁହାରି ଜଣାଇଛନ୍ତି ।

Leave A Reply

Your email address will not be published.