କ୍ୟାନ୍ସର ରୋଗରେ ପୀଡିତା ଗୀତାଞ୍ଜଳି ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା କିଛି କମ ନୁହେଁ । ଅନେକ ଗରିବ ଶ୍ରେଣୀର ପରିବାର କ୍ୟାନ୍ସର ରୋଗରେ ପୀଡିତ ହେଉଛନ୍ତି । ସେଥିରୁ ବାଦ ପଡିନାହାନ୍ତି ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ସରଧାପଲି ପଞ୍ଚାୟତ ଲେବିଡ଼ି ଗ୍ରାମର ଗୀତାଞ୍ଜଳି ପ୍ରଧାନ । ଗୋଡ଼ରେ ହୋଇଛି କ୍ୟାନ୍ସର । ପରିବାରର ବୋଝ ସାଙ୍ଗକୁ ନିଜେ ରୋଗରେ ପୀଡିତ ଗୀତାଞ୍ଜଳି । ବୁର୍ଲା ମେଡିକାଲକୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ କିଛି ସୁବିଧା ମିଳିନାହିଁ । ଗୋଡ଼ରେ କ୍ୟାନ୍ସର ହୋଇଥିବାରୁ କୌଣସି କାମ କରି ପାରୁନାହାନ୍ତି । ବହୁତ ଦିନରୁ କ୍ୟାନ୍ସରରେ ପୀଡିତ ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନାହାନ୍ତି । ତାଙ୍କର ମାଗଣା ଚିକିତ୍ସା ପାଇଁ ସରକାରଙ୍କୁ ସପରିବାର ଵିନମ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.