ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ପାକିସ୍ତାନ : ନିଜର ଦୁର୍ବଳତା ନେଇ ନେଲା ଏଭଳି ନିଷ୍ପତ୍ତି

ଇସ୍‌ଲାମାବାଦ : ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ହୋଇଛି ପାକିସ୍ତାନ । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ନିୟମିତ ଭାବେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭାରତର ଏଭଳି ବଢ଼ି ଚାଲିଥିବା ଶକ୍ତିକୁ ଦେଖି ପାକିସ୍ତାନର ବନ୍ଧୁ ଦେଶ ଚୀନ୍‌ର ମଧ୍ୟ ଚିନ୍ତା ବଢ଼ିଛି । ଗଲୱାନ୍‌ରେ ଯେବେଠାରୁ ଭାରତୀୟ ସେନା ଚୀନ୍‌କୁ ନିଜର ଶକ୍ତି ଦେଖାଇଛି, ସେବେଠାରୁ ପାକିସ୍ତାନ ଭୟଭୀତ ଅଛି । ପାକିସ୍ତାନ ନିୟମିତ ଭାବରେ ନିଜର ଶକ୍ତି ବଢ଼ାଇବା ପାଇଁ ଚିନ୍ତାରେ ଅଛି । ଏବେ ପାକିସ୍ତାନ ନିଜର ସବୁଠୁ ଦୁର୍ବଳ ପାକିସ୍ତାନ ନୌସେନାର ଶକ୍ତି ବଢ଼ାଇବାକୁ ପଦକ୍ଷେପ ନେଇଛି । ସୂଚନା ଅନୁସାରେ ପାକିସ୍ତାନ ନିଜର ନୌସେନା ଶକ୍ତି ବୃଦ୍ଧି ପାଇଁ ୨୦ ବଡ଼ ଜାହାଜ ସହ ୫୦ରୁ ଅଧିକ ପୋତ ନୌସେନାରେ ସାମିଲ୍‌ କରିବ ।

Leave A Reply

Your email address will not be published.