jsm

ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ସ୍ଵାସ୍ଥ୍ୟ ଉନ୍ନତି ପାଇଁ ଅଞ୍ଚଳବାସୀ‌ଙ୍କ ଆରୋଗ୍ୟ କାମନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ‌ସ୍ୱାମୀ ତଥା ପାଇକମାଲ ସ୍ଥିତ ଲଖମରା ସାଧନା କ୍ଲିନିକ ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ଦେହ ଅସୁସ୍ଥ ଥିବାରୁ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ସାହୁ ବହୁତ ଦିନରୁ ରୋଗୀସେବା କରିବା ସହିତ ଓଡିଶା ଛତିଶଗଡ଼ ବିଭିନ୍ନ ଜାଗାରେ ବାହାରୁ ଡାକ୍ତର ଡାକି କେମ୍ପ କରି ଛୋଟ ଛୋଟ ଅପେରେସନ୍‌ ବିନା ମୂଲ୍ୟରେ କରୁଥିଲେ । କରୋନା ସମୟରେ ପାଇକମାଲ, ବୁକୁରାମୁଣ୍ଡା ଏବଂ ଲଖମରା ଅଞ୍ଚଳରେ ସଚେତନ କରୁଥିବା ସହ କ୍ୱରେ‌ଣ୍ଟାଇନ ସେଣ୍ଟରରେ କରୋନା ରୋଗୀମାନ‌ଙ୍କୁ ଚିକିତ୍ସା କରିବା ସହିତ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରୁଥିବା ଶ୍ରମିକ ମାନ‌ଙ୍କୁ ତାଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରୁଥିଲେ । ଡାକ୍ତର ସାହୁଙ୍କ ତାଙ୍କର ନିଷ୍ଠାପର ସେବା ମନଭାବ ତଥା ଦିନ ରାତି ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ରୋଗୀକୁ ସୁସ୍ଥ କରିପାରନ୍ତି । ସୁଚନା ଥାଉ କି ଡାକ୍ତର ଶ୍ରୀ ସାହୁ ସାତ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେଣୁ ପୁଣିଥରେ ଭଗବାନଙ୍କ ଠାରେ ପ୍ରାର୍ଥନା ଯେ ତାଙ୍କର ସ୍ୱାସ୍ଥ୍ୟବସ୍ଥରେ ଶୀଘ୍ର ଉନ୍ନତି ହେଉ ଏବଂ ପୁଣିଥରେ ଆମମାନଙ୍କ ସାଙ୍ଗରେ ତାଙ୍କର କାର୍ୟ୍ୟ ଆରମ୍ଭ କରନ୍ତୁ ବୋଲି ଅଞ୍ଚଳବାସୀଙ୍କ ତରଫରୁ ପ୍ରଭୁ ଡାକ୍ତର ସାହୁଙ୍କ ‌ସ୍ୱାସ୍ଥ୍ୟ ଆଶୁ ଆରୋଗ୍ୟ କାମନା ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

yuvodaya
Leave A Reply

Your email address will not be published.