pakka

ଟେବଡାମୁଣ୍ଡାରେ ମଙ୍ଗଳବାର ବଜାର ଆରମ୍ଭ

  • ଅଞ୍ଚଳର ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡାମୁଣ୍ଡା ଗାଁର ଗିରିଗୋବର୍ଦ୍ଧନ ପୀଠ ନିକଟରେ ମଙ୍ଗଳବାର ସାପ୍ତାହିକ ବଜାରକୁ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚମ୍ପି ବାରିକ ଉଦ୍‌ଘାଟନ କରିଛନ୍ତି । ସ୍ଥାନୀୟ ପଞ୍ଚାୟତର ନାଏବ ସରପଞ୍ଚ ଭୋପାଳ ସିଂ ନିନା, ଲୋକନାଥ ମୁଗ୍ରୀ, ଟେବଡାମୁଣ୍ଡା ଗ୍ରାମବାସୀ ତଥା ଭାଲୁବୁଢ଼ା ଯୁବକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଅଞ୍ଚଳରେ ମଙ୍ଗଳବାର ଦିନ ବଜାର ନ ଥିବାରୁ ଲୋକେ ଦୂର ବଜାରକୁ ଯାଇ ହଇରାଣ ହେଉଥିଲେ । ଏବେ ନିକଟରେ ବଜାର ହେବାରୁ ସୁବିଧା ମିଳିବାରୁ ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଥିଲା । ଏହାସହ ଅଞ୍ଚଳର ଚାଷୀ ଓ ବ୍ୟବସାୟୀଙ୍କ ଅର୍ଥନୀତିରେ ବିକାଶ ଦିଗରେ ସହାୟକ ହେବ ।

Leave A Reply

Your email address will not be published.

five + seventeen =