pakka

ନିଟ୍‌ ଓ ଜେଇଇ କୋଚିଂ ନିମନ୍ତେ ବାଇଜୁସ୍‌ର କେରିଅର ପ୍ଲସ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ଟାବଲେଟ ବଣ୍ଟନ

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଭାରତ ସରକାରଙ୍କ ନୀତି ଆୟୋଗ ଓ ବାଇଜୁସ୍‌ର ମିଳିତ ସହଯୋଗରେ ତଥା ବଲାଙ୍ଗିର ଜିଲ୍ଲା ପ୍ରଶାସନର ଆୟୋଜନରେ ନିଟ୍‌ ଓ ଜେଇଇ କୋଚିଂ ନିମନ୍ତେ ବାଇଜୁସ୍‌ର କେରିଅର ପ୍ଲସ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ଟାବଲେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଇଜୁସ୍‌ ଓ ଆକାଶ କୋଚିଂ ଦ୍ଵାରା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଜିଲ୍ଲାର ୩୩ ଜଣ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଥିଲେ । ଏହି ୩୩ ଜଣ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବାଇଜୁସ୍‌ ଓ ଆକାଶ କୋଚିଂ ଦ୍ଵାରା ମାଗଣା ନିଟ୍‌ ଓ ଜେଇଇ କୋଚିଂ ପ୍ରଦାନ କରାଯିବା ସହ ଆଜିର କେରିଅର ପ୍ଲସ କାର୍ଯ୍ୟକ୍ରମରେ ମାଗଣା ଟାବଲେଟ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଟାବଲେଟ ପ୍ରଦାନ କରିବା ସହ ନିଜର ଲକ୍ଷ୍ୟ ହାସଲ ନିମନ୍ତେ କଠିନ ପରିଶ୍ରମ ଓ ଏକାଗ୍ର ମନରେ ପାଠ ପଢିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲାର ନୋଡାଲ ଅଫିସର ଦିଲ୍ଲୀପ କୁମାର ମାଝି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗିରର ଅଧକ୍ଷ ରାମ କୁମାର ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଟ୍‌ ଓ ଜେଇଇ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପ୍ରୋତ୍ସାହିତ କରି ସମୟର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବାଇଜୁସ୍‌ର ଫେଲୋ ଇଲହାନ ସେମିନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ କେରିଅର ପ୍ଲସ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ନୋଡାଲ ଅଫିସର ଶ୍ରୀ ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀରେ ପଢୁଥିବା ୩୩ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମାନେ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

12 − eight =