
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୨ ସ୍ଥିତ ସରକାରୀ ବସଷ୍ଟାଣ୍ଡ ଠାରେ ଦୀର୍ଘ ୩୦ବର୍ଷ ତଳେ ସର୍ବସାଧାରଣଙ୍କ ବ୍ୟବହାର ନିମିତ୍ତ ନିର୍ମାଣ ହୋଇଥିବା ଏକ ଶୌଚାଳୟଟି ନିୟମିତ ରକ୍ଷଣାବେକକ୍ଷଣା ଅଭାବ କାରଣରୁ ଦୟନୀୟ ଅବସ୍ଥାରେ ପଡ଼ିରହିଥିଲା । ଶୌଚାଳୟଟିର ରକ୍ଷଣା ବେକ୍ଷଣା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ସତ୍ୱେ ଶୌଚାଳୟର ପୁନରୁଦ୍ଧାର ପାଇଁ ଆର୍ଏସ୍ପି ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନାହିଁ । ଶେଷରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଏବଂ ପରାମର୍ଶ କ୍ରମେ ରାଜ୍ୟ ସରକାର ମିଲାଦ ଯୋଜନାରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଉକ୍ତ ଶୌଚାଳୟଟିକୁ ନବୀକରଣ ପାଇଁ ୬ଲକ୍ଷ ଟଙ୍କା ଅନୁଦାନ ଦେବାପରେ ଶୌଚାଳୟଟିର ନବୀକରଣ କାଯର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି ।

