pakka

ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂତନ ପାର୍ଶ୍ଵ ଦେବା ଦେବୀଙ୍କ ପ୍ରତିଷ୍ଠା ଉତ୍ସବ ଆରମ୍ଭ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ବିଧିବିଧାନର ସହ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିରର ନୂତନ ବିଗ୍ରହଙ୍କ ସ୍ଥାପନା ନେଇ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ ହୋଇଯାଇଛି । ପବିତ୍ର ଜ୍ୟୋଷ୍ଠ ଶୁକ୍ଳ ସପ୍ତମୀ ଶନିବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ୱତନ୍ତ୍ର ବେଶ ଲାଗି ହୋଇଛି ଏବଂ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଶନିବାର ପ୍ରାତଃ ୭ଘଣ୍ଟା ୩୦ ମିନିଟ୍‌ ସମୟରେ ସଙ୍କଟମୋଚନ ହନୁମାନଙ୍କ ପୂଜାର୍ଚ୍ଚନା ହୋଇ ୧୦୮ ହନୁମାନ ଚାଳିଶା, ପାରାୟଣ, ପୂଜନ, ଆରତୀ, ପୁଷ୍ପାଞ୍ଜଳି ଆଦି ସମାହିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଦୀକ୍ଷାଗ୍ରହଣ, ଅପରାହ୍ନରେ କଳସ ଯାତ୍ରା ଏବଂ ସନ୍ଧ୍ୟାରେ ଅଙ୍କୁରାରୋପଣ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ନୂତନ ପାର୍ଶ୍ଵ ଦେବା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଛତ୍ରପୁରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଚଳଚଞ୍ଚଳର ସହ ଅଧିକ ସରଗରମ ହୋଇଉଠିଛି ।

Leave A Reply

Your email address will not be published.

four + eighteen =