ଲୋକଙ୍କ ଅମ୍ଳଜାନ ବହନ କ୍ଷମତା ଯାଞ୍ଚ କଲେ ଆପ୍‌ର ଅକ୍ସିମିତ୍ରମାନେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରନା ସଂକ୍ରମଣ ସାର ଜିଲ୍ଲାରେ ତାଣ୍ଡବ ରଚିଛି । ଲୋକେ ସଂକ୍ରମଣର ଶିକାର ହେବା ପରେ, ହଠାତ ଅମ୍ଳଜାନ ନେବା କ୍ଷମତା ହରାଇ ବସୁଛନ୍ତି । ଅମ୍ଳଜାନ ଅଭାବରେ ହଠାତ ତାଙ୍କର ମୃତ୍ୟୁ ଘଟୁଛି । ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଜନସାଧାରଣଙ୍କ ଅମ୍ଳଜାନ ବହନ କ୍ଷମତା ଯାଞ୍ଚ କରିଛି ଆମ ଆଦମୀ ପାର୍ଟି । ଆକ୍ସିମିତ୍ରମାନେ ବିଭିନ୍ନ ଅଞ୍ଚଳ ବୁଲି ଘରକୁ ଘର ଯାଇ ଲୋକଙ୍କ ଅକ୍ସିଜେନ ବହନ କ୍ଷମତା ଯାଞ୍ଚ କରିଛନ୍ତି । ଯାହାର ଅକ୍ସିଜେନ ବହନ କ୍ଷମତା ୯୦ ତଳକୁ ଜଣାପଡିଛି, ତାକୁ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଥିବା କୁହାଯାଇଛି ।


ଆମ୍ ଆଦମି ପାର୍ଟି ଜିଲ୍ଲା ଆବାହକ ବଲାଙ୍ଗିର ତଥା ଆପ୍‌ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେ ନେତୃତ୍ୱରେ ବଲାଙ୍ଗିର, ଲୋଇସିଂହା, କଣ୍ଟାବାଞ୍ଜି, ଟିଟଲାଗଡ଼, ପାଟଣାଗଡ଼, ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ପାର୍ଟିର ସକ୍ରିୟ କାର୍ୟ୍ୟକର୍ତ୍ତାମାନେ ଡୋର୍‌ଟୁ ଡୋର ଅକ୍ସିଜେନ ଯାଂଚ୍ ଅଭିଯାନ ଚଳାଇଚନ୍ତି । ଏହି କାର୍ୟ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ଛାତ୍ର ନେତା ହିତେଶ୍ ବଗର୍ତ୍ତୀ, ମୁନା ମହାପାତ୍ର, ରାଜା ସେଠ୍, କିଶୋର୍ ମହାକୁଡ଼, ଯୁବ ନେତା ସୁଶାନ୍ତ ପରୁଆ, ଶଙ୍କର୍ଷଣ ମହାପାତ୍ର, ପ୍ରହଲ୍ଲାଦ ବାଗ, ନଦି ବାଗ, ଅଶୋକ ସୁନା, ଚୈତନ୍ୟ ପଟେଲ ଏବଂ ଲୋଇସିହାରୁ ଜଗଦୀଶ ଚନ୍ଦ୍ର ବିଭାର, ହରେକୃଷ୍ଣ ରାଜପୁତ, ସତ୍ୟନାରାୟଣ ସାହୁ, ଝସକେତନ ମହାନନ୍ଦ ଟିଟଲାଗଡ଼ରୁ ଭୀମସେନ ମହାକୁଡ଼ କଣ୍ଟାବାଞ୍ଜିରୁ କୈଳାଶ ବାଗ ସହ ଅନେକ କର୍ମକର୍ତ୍ତା ଅକ୍ସିମିତ୍ର ସାଜିଛନ୍ତି । ଡୋର ଟୁ ଡୋର କରୋନାକୁ ହରେଇବା ପାଇଁ ଏବଂ ଲୋକଙ୍କୁ ସୁସ୍ଥ ରଖିବା ପାଇଁ କରୋନା ନିୟମ ମାନି ଜନସାଧାରଣଙ୍କ ଅକ୍ସିଜେନ ପରିମାଣ ଯାଂଚ କରୁଥିବା ଦଳ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.