ସମାଲୋଚକଙ୍କଠୁ ଦୂରେଇ ରହି ନିଜ ଜୀବନକୁ ରକ୍ଷା କରନ୍ତୁ : ପଦ୍ମପୁର ବଣିକ ସଂଘ ପକ୍ଷରୁ ଅପିଲ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ବନ୍ଦ ପାଳନଟି କେତେକ ସଂଗଠନ ବୋଡାସମ୍ବର ପଦ୍ମପୁରର ମଙ୍ଗଳ ପାଇଁ ଡାକିଛନ୍ତି । କାହାରି ସ୍ୱାର୍ଥ ପାଇଁ ନୁହଁ । ଏହି ବନ୍ଦ ପାଳନ ଆମ ଅଂଚଳର ଅଗଣିତ ଜନତାଙ୍କ ଜୀବନକୁ ବଂଚାଇବାର ରାହା କହିଲେ ଅତ୍ୟୁକ୍ତି ହେବନାହିଁ । କେତେକ ସ୍ୱାର୍ଥକୁ ହାସଲ କରିବା ପାଇଁ ବନ୍ଦ ପାଳନକୁ ସମାଲୋଚନା କରିବାରେ ବ୍ୟସ୍ତ । କିନ୍ତୁ ଆପଣ ମାନେ ଟିକିଏ ବିଚାର କରନ୍ତୁ, ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି । ଧୀରେ ଧୀରେ ପଦ୍ମପୁର ଅଂଚଳର ଅନେକ ଲୋକଙ୍କୁ ତାର କଳାପଂଝାରେ ସାଉଟିବାରେ ଲାଗିଛି । ତାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ଏବଂ କେତେକ ସଂଗଠନର ମିଳିତ ଉଦ୍ୟମରେ ପଦ୍ମପୁର ସହରର ଦୋକାମ ବଜାର ୭ ଦିନ ପାଇଁ ବନ୍ଦ କରାଯାଇଛି । ସରକାରୀ ସ୍ତରରେ ବନ୍ଦ କରାଯାଇନି । ହେଲେ ଅଂଚଳର ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଦ ପାଳନକୁ ସମର୍ଥନ କରି କରୋନା ଭଳି ଫରେନ୍‌ ମହାମାରୀ ଠୁ ନିଜେ ବଂଚିବା ପାଇଁ ସାହାସ ବାନ୍ଧିବାକୁ ବଣିକ ସଂଘ ପଦ୍ମପୁର ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.