shyamal

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ହାଇସ୍କୁଲ ଓ ଯୁକ୍ତ ୨ ସ୍ତରୀୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାମଲ ସଭାପତିତ୍ୱ କରିଥିଲେ । ରାଉରକେଲାର ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ସଂସ୍ଥାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ସମ୍ପାଦକ ଡ. ଜଗନ୍ନାଥ ଦାସ ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ଉପଯୋଗିତା ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥିଲେ । ମୂଲ୍ୟାଙ୍କନ କାର୍ଯ୍ୟରେ ହିନ୍ଦୀ ଶିକ୍ଷୟିତ୍ରୀ ରେଖା ବୋଷ ଓ ସୁଶ୍ରୀ ସୁସ୍ମିତା ପାଲ୍ ସହଯୋଗ କରିଥିଲେ ।

purusottam
Leave A Reply

Your email address will not be published.