csstore

ଟିଟିଲାଗଡ଼ ଲାୟନ୍ସ କ୍ଲବ, ଏସ୍‌ସିଡି ସେଣ୍ଟର ଚକ୍ଷୁ ଚିକିତ୍ସାଳୟ ଓ କରଣ ସମାଜର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ବିଶ୍ୱ ମଧୁମେହ ଦିବସ ଠାରୁ ଟିଟିଲାଗଡ଼ ଲାୟନ୍ସ କ୍ଲବ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଅନୁଷ୍ଠିତ କରାଇଥାଏ । ଚଳିତ ବର୍ଷ ମଧ୍ୟ ଏହି ପରୀକ୍ଷଣ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଶନିବାର ସକାଳୁ ଯଗୁଆ ପଞ୍ଚାୟତ ଅନ୍ତର୍ଗତ ସତିଘାଟ ଗ୍ରାମରେ ଲାୟନ୍ସ କ୍ଲବ ସଭାପତି ଗଙ୍ଗା ପ୍ରସାଦ ଶର୍ମାଙ୍କ ସଭାପତିତ୍ୱରେ ଟିଟିଲାଗଡ଼ କରଣ ସମାଜ ଓ ଏସ୍‌ସିଡି ସେଣ୍ଟରର ମିଳିତ ସହଯୋଗରେ ମଧୁମେହ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତିଘାଟ ଗ୍ରାମର ବହୁ ପୁରୁଷ ମହିଳା, ଯୁବକ ମାନଙ୍କ ପରୀକ୍ଷଣ କରାଯାଇଥିଲା । କିଛି ଲୋକ ପ୍ରଥମ ଥର କରି ମଧୁମେହ କଣ ସେ ବିଷୟରେ ଜାଣିବାକୁ ପାଇଥିଲେ । ଏହି ପରୀକ୍ଷଣ ଶିବିରକୁ ପରିଚାଳନା କରିବାରେ ପ୍ରୋଜେକ୍ଟ ଚେୟାରମେନ ସନ୍ତୋଷ ମହାନ୍ତି, ଲାୟନ୍ସ କ୍ଲବ ସମ୍ପାଦକ ଆବାସ ଖାଁ, କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲିଓ ଡିଷ୍ଟ୍ରିକ୍ଟ ଚେୟାର ପର୍ସନ ଦୀପକ ପୃଷ୍ଟି, ସଦସ୍ୟ ପଙ୍କଜ ନାମଦେବ, କରଣ ସମାଜର ସଭାପତି ଦୟା ସାଗର ପଟ୍ଟନାୟକ, ଉପସଭାପତି ସୁଭାଷ ଚନ୍ଦ୍ର ବହିଦାର, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସଦସ୍ୟ ଦେବୁ ପଟ୍ଟନାୟକ, ବଡ ବାବୁ ପଟ୍ଟନାୟକ, ଗୁନୁ ପଟ୍ଟନାୟକ, ଏସ୍‌ସିଡି ସେଣ୍ଟରର ସୁମିତ ପ୍ରଧାନ ସହଯୋଗ କରିଥିଲେ । ସେହିପରି ଶୁକ୍ରବାର ଦିନ ଟିଟିଲାଗଡ଼ ମଏନ ଗାଆଁ ଠାରେ ମଧ୍ୟ ଏହି ପରୀକ୍ଷଣ ଶିବିର ଲାୟନ୍ସ କ୍ଲବ ଓ ଏସ୍‌ସିଡି ସେଣ୍ଟର ଦ୍ୱାରା କରାଯାଇଥିଲା ।

jayashree
Leave A Reply

Your email address will not be published.